ନୂଆଦିଲ୍ଲୀ: ରାଜ୍ୟରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ରାଲିକୁ ନେଇ ମାଡ୍ରାସ୍ ହାଇକୋର୍ଟଙ୍କ ଆଦେଶ ବିରୋଧରେ ହୋଇଥିବା ସମସ୍ତ ପିଟିସନ୍କୁ ସୁପ୍ରିମ୍କୋର୍ଟ ମଙ୍ଗଳବାର ଖାରଜ କରିଦେଇଛନ୍ତି । ମାଡ୍ରାସ୍ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ବଜାୟ ରଖି ଜଷ୍ଟିସ୍ ଭି. ରାମସୁବ୍ରମଣ୍ୟମ୍ ଏବଂ ଜଷ୍ଟିସ୍ ପଙ୍କଜ ମିଥଲଙ୍କ ଖଣ୍ଡପୀଠ କହିଛନ୍ତି, ହାଇକୋର୍ଟଙ୍କ ଆଦେଶରୁ ତ୍ରୁଟି ବାହାର କରିବା ସମ୍ଭବ ନୁହେଁ । ହାଇକୋର୍ଟ କେବଳ ଆଇନର ପ୍ରାସଙ୍ଗିକ ବ୍ୟବସ୍ଥାର ବ୍ୟାଖ୍ୟା କରିନାହାନ୍ତି, ବରଂ ଆବଶ୍ୟକ ସର୍ତ୍ତ ମଧ୍ୟ ଲଗାଇଛନ୍ତି । ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ କୋର୍ଟରେ ଚାର୍ଟ ଜରିଆରେ ଉପସ୍ଥାପିତ କରାଯାଇଥିବା କେତେକ ମାମଲାରେ ପ୍ରତିବାଦୀ ସଂଗଠନ (ଆର୍ଏସ୍ଏସ୍)ର ସଦସ୍ୟ ପୀଡ଼ିତ ଥିବାବେଳେ ଅପରାଧୀ ନୁହଁନ୍ତି । ଏହି କାରଣରୁ ହାଇକୋର୍ଟଙ୍କ ଆଦେଶରୁ ତ୍ରୁଟି ବାହାର କରିବା ସମ୍ଭବ ନୁହେଁ ଏବଂ ସମସ୍ତ ବିଶେଷ ପିଟିସନ୍ ଖାରଜ କରାଯିବା ଯୋଗ୍ୟ ବୋଲି ସର୍ବୋଚ୍ଚ କୋର୍ଟ କହିଛନ୍ତି ।