ରାଉରକେଲା : ଗତ ଦୁଇଦିନ ହେଲା ଲଘୁଚାପଜନିତ ଲଗାଣ ବର୍ଷା ଓ ଆଗକୁ ଆଉ ଏକ ଲଘୁଚାପ ଦାନା ବାନ୍ଧିବା କାରଣରୁ ଚାଷୀକୂଳ ଏକ ପ୍ରକାର ହତାଶ ହୋଇ ପଡ଼ିଛନ୍ତି । ବର୍ଷା ଲାଗି ରହିବା କାରଣରୁ ଜନଜୀବନ ସମୂର୍ଣ୍ଣ ଭାବେ ଅସ୍ତବ୍ୟସ୍ତ ହୋଇ ପଡ଼ିଛି । ବର୍ଷା ଯୋଗୁଁ ସୁନ୍ଦରଗଡ଼ ଜିଲାର ବିଭିନ୍ନ ବ୍ଲକରେ ଗ୍ରାମାଚଂଳରେ ଥିବା ଚାଷ ଜମି ଜଳମଗ୍ନ ହୋଇପଡ଼ିଛି । ଏବେ ଯେଉଁ ଚାଷ ଜମିରେ ରୁଆ ବେଉଷଣ କାର୍ଯ୍ୟ କରାଯାଉଥିଲା ପାଣି ବୁଡ଼ି ରହିଥିବାରୁ କାର୍ଯ୍ୟ ବନ୍ଦ ହୋଇଯାଇଛି । ରୁଆ ଯାଇଥିବା ଧାନ ଜମି ବର୍ଷା ପାଣିରେ ବୁଡ଼ି ଯାଇଛି । ଅଧିକ ଦିନ ଧାନ ଗଛ ବୁଡ଼ି ରହିଲେ ପଚି ଯିବାର ଚାଷୀ ଆଶଙ୍କା ପ୍ରକାଶ କରିଛନ୍ତି । ବୁଧୁବାର ଓ ଆଜି ଦିନ ତମାମ ବର୍ଷା ଲାଗି ରହିଛି । ବର୍ଷା ଯୋଗୁ କେତେକ ସ୍ଥାନରେ ଗ୍ରାମ୍ୟ ରାସ୍ତା ଗୁଡ଼ିକ ବୁଡ଼ି ଯାଇଥିବାର ଲକ୍ଷ୍ୟ କରାଯାଇଛି । ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ଘଟିଛି ।