37.1 C
Bhubaneswar
Sunday, April 28, 2024
Homeଓଡିଶାରାଉରକେଲା: ଥଣ୍ଡାରେ ଅସ୍ତବ୍ୟସ୍ତ ଜନଜୀବନ

ରାଉରକେଲା: ଥଣ୍ଡାରେ ଅସ୍ତବ୍ୟସ୍ତ ଜନଜୀବନ

ରାଉରକେଲା:  ଆଜି ଶନିବାର ପ୍ରବଳ ଥଣ୍ଡା କାରଣରୁ  ରାଉରକେଲାରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛିି ଜନଜୀବନ । ମିନି ଇଣ୍ଡିଆ ଭାବେ ପରିଚିତ ରାଉରକେଲା ସମେତ ଦକ୍ଷିଣ ରାଉରକେଲାରେ ପାରଦ୧୦ ଡିଗ୍ରୀରୁ କମ ରହିବା  କମିବା କାରଣରୁ ହାଡ଼ଥରା ଶୀତରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି ଆବାଳବୃଦ୍ଧବନିତା । ପଶୁ, ପକ୍ଷୀ ହୁଅନ୍ତୁ ଅବା ମନୁଷ୍ୟ, ସଭିଏଁ ଶୀତର ପ୍ରକୋପରେ ଥରହର ହୋଇ ଉଠିଲେଣି । ଶୀତରୁ ବର୍ତିବା ପାଇଁ ନିଆଁ, ଖରା, ଶୀତବସ୍ତ୍ର ଓ ଚା କପ ପାଲଟିଯାଇଛି ସୁରକ୍ଷାର ମୂଳପିଣ୍ଡ । ଗତକାଲି  ଠାରୁ ଆଂଚଳିକ ପାଣିପାଗ କେନ୍ଦ୍ର  ପକ୍ଷରୁ ସୁନ୍ଦରଗଡ଼ ଜିଲାରେ ପ୍ରବଳ ଥଣ୍ଡା ପଡ଼ିବା ଆର୍ଲଟ ଜାରି କରାଯାଇ ଅରେଂଜ ସର୍ତକତା ଦିଆଯାଇଛି । ବର୍ତମାନ ମଧ୍ୟରାତ୍ରିରେ ରାଉରକେଲାରେ  ପାରଦ ୧୦ ଡିଗ୍ରୀ ତଳେ ରହୁଛି । ଗତକାଲି ମଧ୍ୟରାତ୍ରୀରୁ ଶୀତର ପ୍ରଭାବ ବଢିବାରେ ଲାଗିଛି । ଆଜି ଭୋର ୪ଟାରୁ ସକାଳ ୧୦ଟା ଯାଏ ପ୍ରବଳ ଥଣ୍ଡାରେ କଲବଲ ହୋଇ ଉଠିଥିଲେ ରାଉରକେଲାବାସୀ । ମିନି ଇଣ୍ଡିଆ ଭାବେ ପରିଚିତ ରାଉରକେଲାରେ ହାଡ଼ଥରା ଶୀତରେ ଜନଜୀବନ ପ୍ରଭାବିତ ହୋଇଥିଲା । ଲୋକେ କାଠ ଗଣ୍ଡି ଜାଳି  ନିଆଁ ପାଖରେ ଘଂଟା ଘଂଟା  ଧରି ବସି ରହିବା ଦେଖିବାକୁ ମିଳିଥିଲା । ନିଆଁରୁ ଉତ୍ପନ ଉତାପ ସାମୟିକ ଭାବେ ଶୀତ ଦାଉରୁ ରକ୍ଷା କରିଥିଲା । ସକାଳ ୯ଟାପରେ ସୂର୍ଯ୍ୟଙ୍କ କିରଣ ଦେହରେ ବାଜିବା ପରେ ଶରୀରରେ ଉଷୁମ ଅନୁଭବ କରିଥିଲେ ଲୋକେ । ହାତରେ ଚା କପ ଓ ଦେହରେ ବିଭିନ୍ନ ରକମର ଶୀତବସ୍ତ୍ର ପରିଧାନ କରି ଲୋକେ ଶୀତ ଦାଉରୁ ବର୍ତିବାକୁ ପ୍ରୟାସ ଜାରି ରଖିଥିଲେ । ଆଗକୁ ପାରଦ ଆହୁରି  କମିବା ଆଶଙ୍କା ଥିବାରୁ ଅତ୍ୟଧିକ ଥଣ୍ଡା ଅନୁଭୂତ ହେବା ଆଶଙ୍କା ପ୍ରକାଶ ପାଇଛି ।ବାସହରା, ନିରାଶ୍ରୟ ଓ ମାନସିକ ବିକୃତ ବ୍ୟକ୍ତି ମାନଙ୍କୁ ବସଷ୍ଟପ ଅବା ବନ୍ଦଥିବା ଦୋକାନ, ହୋଟେଲ, ରେଷ୍ଟୁରାଂଟ ପିଣ୍ଡାରେ ଶୀତ ରାତିରେ  କଷ୍ଟମଷ୍ଟେ ରାତ୍ରି ଯାପନ କରିବାକୁ ପଡୁଛି । ଦଇବ ଭରସାରେ ନିରାଶୟ ଓ ମାନସିକ ବିକୃତ ବ୍ୟକ୍ତି ମାନେ ଶୀତ ରାତି କଟାଉଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking