33.1 C
Bhubaneswar
Thursday, April 25, 2024
Homeଓଡିଶାପରିବା ବିକିଲେ ମହିଳା କରାଟେ ପ୍ରଶିକ୍ଷକ !

ପରିବା ବିକିଲେ ମହିଳା କରାଟେ ପ୍ରଶିକ୍ଷକ !

ରାଉରକେଲା : ପ୍ରତ୍ୟେକ କ୍ଷେତ୍ରକୁ ଗ୍ରାସ କରିଛି କରୋନା ରୂପୀ କାଳ ରାକ୍ଷସ । କରୋନା ଦ୍ୱାରା ପ୍ରଭାବିତ ହୋଇ ପ୍ରତି କ୍ଷେତ୍ରରେ ସାଧାରଣ ମଣିଷ ପେଟ ପାଇଁ ବଦଳାଇବାରେ ଲାଗିଛି ନିଜ ପେଶା । ସେ କଳାକାର ହୁଅନ୍ତୁ ଅବା ପେଶାଦାର କି ଜଣେ ଉଚ୍ଚ କୋଟିର ପ୍ରଶିକ୍ଷକ, ସଭିଙ୍କ ଉପରେ ପଡ଼ିଛି କରୋନାର ଅଦୃଶ୍ୟ ପ୍ରହାର! ଦକ୍ଷିଣ ରାଉରକେଲା ଜଲଦା ଗ୍ରାମପଂଚାୟତ ଅଂଚଳରେ ବାସ କରୁଥିବା ଜଣେ ମହିଳା କ୍ରୀଡ଼ାବିତଙ୍କୁ ପରିବା ବିକାଳି ଭାବେ ସଜାଇ ଦେଇଛି ମହାମାରୀ କରୋନା! ନିଜ ପେଶାକୁ ପାଶୋରି ବର୍ତମାନ ଏହି ମହିଳା କରାଟେ ଖେଳାଳୀ ଜଣଙ୍କ ଜଲଦା ରାସ୍ତା କଡ଼ରେ ପରିବା ବିକୁଛନ୍ତି । ଯେଉଁ ହାତରେ ଦିନେ କରାଟେ ଅଭ୍ୟାସ କରୁଥିଲେ, ସେହି ହାତରେ ଆଜି ନିକିତି ଧରି ପରିବା ବିକିବାକୁ ଗ୍ରାହକଙ୍କ ଅପେକ୍ଷାରେ ରହିଥିବା ଦେଖିବାକୁ ମିଳିଛି । ସେ ହେଉଛନ୍ତି ଜଲଦା ଗ୍ରାମ ପଂଚାୟତ ବି ବ୍ଲକ ସ୍ଥିତ ଟୁଙ୍ଗୁରିଟୋଲାରେ ରହୁଥିବା ୩୮ ବର୍ଷ ବୟସ୍କା ମହିଳା କରାଟେ ପ୍ରଶିକ୍ଷକ ସିଲଭନ୍ତି ଗୁଡ଼ିଆ । ପରିବାର କହିଲେ ତାଙ୍କ ବିଧବା ମା’ ମାଗଦାଲି ଗୁଡ଼ିଆ ଓ ପୁତୁରା ୧୨ ବର୍ଷର ବାଳକ ଆଶିଷ ଟପ୍ନୋ ।
ପୂର୍ବରୁ ଆରପାରିକୁ ଚାଲି ଯାଇଛନ୍ତି ବାପା ଓ ବଡ଼ ଭଉଣୀ ମୋନିକା ଟପ୍ନୋ । ବାପାଙ୍କ ଦେହାନ୍ତ ପରେ ପରିବାରର ଭଲମନ୍ଦ ଏବେ ସିଲଭନ୍ତିଙ୍କ ଉପରେ । ୧୯୯୩ ମସିହାରୁ କରାଟେ କ୍ରୀଡ଼ାକୁ ଆଦରି ନେଇଥିଲେ ସିଲଭନ୍ତି ଗୁଡ଼ିଆ । ସେବେଠାରୁ ସେ ଗୋଟିଏ ପରେ ଗୋଟିଏ ସଫଳତାର ପାହାଚ ଅତିକ୍ରମ କରି ଚାଲିଥିଲେ । କରାଟେରେ ବ୍ଲାକ ବ୍ଲେଟ ଉପାଧି ହାସଲ କରିବା ପରେ ଜାତୀୟସ୍ତରରେ ପୁନେ, ଦିଲୀ ଆଦିରେ ଅନୁଷ୍ଠିତ କରାଟେ ଚାମ୍ପିୟାନ ସିପରେ ନିଜର ପାରଦର୍ଶିତା ଲାଭ କରି ଦଳ ତଥା ଅଂଚଳର ଗର୍ବ ଓ ଗୌରବ ଅର୍ଜନ କରିଥିଲେ ସିଲଭନ୍ତି । ସେହିପରି ନେପାଳରେ ଆୟୋଜିତ ଆର୍ନ୍ତଜାତୀୟ କରାଟେ ପ୍ରତିଯୋଗିତା ତାଙ୍କୁ ଆଉ ଏକ ସମ୍ମାନ ଆଣି ଦେଇଥିଲା । କିନ୍ତୁ ଭାଗ୍ୟର ବିଡ଼ମ୍ବନା ଏହିଯେ, ତାଙ୍କୁ ରାଜ୍ୟ ସରକାରଙ୍କ କୌଣସି  ସରକାରୀ ପ୍ରୋତ୍ସାହନ ଏଯାଏ ମିଳି ପାରିନାହିଁ ବୋଲି ପ୍ରତ୍ରିିକ୍ରିୟାରେ ପ୍ରକାଶ କରିଥିଲେ ସିଲଭନ୍ତି ଗୁଡ଼ିଆ ।
ସେ ତାଙ୍କ କରାଟେ ଶିକ୍ଷାକୁ ପେଶା ଭାବେ ଗ୍ରହଣ କରି ଦକ୍ଷିଣ ରାଉରକେଲା ସମେତ ରାଉରକେଲାରେ ଥିବା ବିଭିନ୍ନ ବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ କରାଟେ ପ୍ରଶିକ୍ଷକ ଦେଇ ଯାହା ଅର୍ଥ ଉପାର୍ଜନ କରୁଥିଲେ ସେଥିରେ ଚଳୁଥିଲା ତାଙ୍କ ପରିବାର । ମାତ୍ର ବିଗତ ୫ ମାସ ହେଲା କରୋନା ମହାମାରୀ ଯୋଗୁ ତାଙ୍କ ଆୟର ପନ୍ଥାରେ ପଡ଼ି ଯାଇଛି ପୂର୍ଣ୍ଣଚ୍ଛେଦ! ପରିବାର ଚଳାଇବା ପାଇଁ ରାସ୍ତା କଡ଼ରେ ପନିପରିବା ଧରି  ଆଜି ହୋଇଯାଇଛନ୍ତି ଜଣେ ପରିବା ବିକାଳୀ!  କରାଟେ ଚଳାଉଥିବା ହାତ ଆଜି ହୋଇ ପଡ଼ିଛି ନାଚାର, ବାଧ୍ୟରେ ପେଟପାଇଁ ହାତରେ ଧରିଛନ୍ତି ନିକିତି । ଯାହାକି ସାଧାରଣରେ ଆଲୋଚନାର ବିଷୟ ପାଲଟିଛି । କରୋନା କାଳରେ ଏହି ମହିଳା କ୍ରୀଡ଼ାବିତ ସିଲଭନ୍ତି ଗୁଡ଼ିଆଙ୍କ ପ୍ରତି ପ୍ରଶାସନିକ ସହାୟତା ନିହାତି ଭାବେ ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି ।

ହାଏରେ କରୋନା ବେଳା : ଭିକ୍ଷୁକଙ୍କ ଥାଳ ପୁରୁନି !

ରାଉରକେଲା (ସୁବୋଧ ନାୟକ) : ରାଜ୍ୟରେ ବଢିବାରେ ଲାଗିଛି କରୋନା କଲୋପ । ଏବେ ରାଉରକେଲା ସହରରେ ଚାଲିଛି ୫.୦ ଲକ ଡାଉନ । କରୋନା ଯୋଗୁ ଶିକ୍ଷା ବ୍ୟବସ୍ଥା ଠାରୁ ଅର୍ଥନୈତିକ ବ୍ୟବସ୍ଥା କ୍ଷତିଗ୍ରସ୍ତ ହୋଇଛି । ଛୋଟ ବେପାରୀ ଠାରୁ ଆରମ୍ଭ କରି ମଲ୍ ମାଲିକ, ଅଟୋ ଚାଳକଙ୍କ ଠାରୁ ଆରମ୍ଭ କରି ବସ ମାଲିକ କ୍ଷତିଗ୍ରସ୍ତ ହୋଇଥିବା ବେଳେ, ଦୀର୍ଘଦିନର ଲକ୍ ଡାଉନର ପ୍ରଭାବ ଭିକ୍ଷୁକ ମାନଙ୍କ ଉପରେ ମଧ୍ୟ ସିଧାସଳଖ ପ୍ରଭାବ ପଡ଼ିଛି । ଭିକ୍ଷୁକ ମାନଙ୍କ ଆୟ ପୂର୍ବ ଅପେକ୍ଷା ହ୍ରାସ ପାଇଛି । ଭିକ୍ଷୁକଙ୍କ ଥାଳରେ ବାଜିଛି କରୋନା ଛାଟ୍ ‌! କରୋନା ଲକ୍ ଡାଉନ ଯୋଗୁ ପ୍ରମୁଖ ମନ୍ଦିରସ୍ଥଳ ଗୁଡ଼ିକ ପ୍ରାୟତଃ ଭକ୍ତଶୂନ୍ୟ ହୋଇ ପଡ଼ିବା କାରଣରୁ ଭିକ୍ଷୁକ ମାନେ ହାତ ବାନ୍ଧି ବସିଛନ୍ତି । ମନ୍ଦିର ଉପରେ ଭରସା ନରଖି ଭିକ୍ଷୁକ ମାନେ ଦୁଆର ଦୁଆର ବିଚରଣ କରି ଭିକ୍ଷା ବୃତି କରିବା ଦେଖିବାକୁ ମିଳୁଛି ।

ଦକ୍ଷିଣ ରାଉରକେଲା ତରକେରା କୁଷ୍ଠ ବସ୍ତିରେ ରହୁଥିବା ଭିକ୍ଷୁକ ମାନେ ସାଧାରଣତଃ ସାରନଗରୀ ଅଂଚଳରେ ଥିବା ମା’ ମଙ୍ଗଳା ମନ୍ଦିର, ମା’ ତାରିଣୀ ମନ୍ଦିର, ଶ୍ରୀ ଜଗନ୍ନାଥ ମନ୍ଦିର, ଶିବ ମନ୍ଦିର ଓ ଅନ୍ୟ ଦେବାଳୟ ନିକଟରେ ବସି ଭିକ୍ଷା ବୃତି କରିଥାନ୍ତି । ମାତ୍ର ମାର୍ଚ୍ଚ ମାସ ମଧ୍ୟଭାଗରୁ ମନ୍ଦିର ଗୁଡ଼ିକରେ ଭକ୍ତଙ୍କ ଗହଳି ନଥିବାରୁ ଭିକ୍ଷୁକ ମାନଙ୍କ ଥାଳ ମଧ୍ୟ ପୁରୁ ନାହିଁ, ଯାହାକି ସେମାନଙ୍କ ତେଲଲୁଣ ସଂସାର ଉପରେ ପ୍ରଭାବ ପକାଇଛି । କେତେକାଂଶରେ ଘରଘର ବୁଲି ଭିକ୍ଷାବୃତି କରିବା ସମୟରେ ଭିକ୍ଷୁକ ମାନଙ୍କୁ ଅନେକ ପ୍ରକାର ବାଧାବିଘ୍ନର ସାମନା କରିବାକୁ ପଡୁଛି । ପର୍ବପର୍ବାଣୀ ଗୁଡ଼ିକ ନିରାଡମ୍ବର ଭାବରେ ପାଳନ କରାଯାଉଥିବାରୁ ଭିକ୍ଷୁକ ମାନଙ୍କୁ ଦାତାଙ୍କ ଦାନ ମଧ୍ୟ ସେତେଟା ମିଳି ପାରୁନାହିଁ । ଏବେ ଭିକ୍ଷୁକ ମାନଙ୍କ ଭାଗ୍ୟ ମଧ୍ୟ କରୋନା ମହାମାରୀରେ ସତେ ଯେପରି ଲକ୍ ଡାଉନ ହୋଇଯାଇଛି ।

କଂଟ୍ରୋଲ ଦୋକାନରେ ରହୁନି ସାମାଜିକ ଦୂରତା !

ରାଉରକେଲା: ଦକ୍ଷିଣ ରାଉରକେଲା ସମେତ ଲାଠିକଟା ବ୍ଲକର କିଛି କଂଟ୍ରୋଲ ଦୋକାନ ସମ୍ମୁଖରେ ପ୍ରତିଦିନ ଦେଖିବାକୁ ମିଳୁଛି ଜନ ସାଧାରଣଙ୍କ ଗହଳି । ଅତ୍ୟାବଶ୍ୟକ ସାମଗ୍ରୀ ନେବା ଲାଗି ଲୋକେ ସାମାଜିକ ଦୂରତା ଭୁଲି ଯାଉଥିବା ଯୋଗୁ ଏହା କରୋନା ସଂକ୍ରମଣ ପାଇଁ ଏକ ପ୍ରକାର ବାଟ ଫିଟାଉଛି କହିଲେ ବୋଧେ ଭୁଲ ହେବ ନାହିଁ! ଗତକାଲି ଏକ କଂଟ୍ରୋଲ ଦୋକାନରେ ଅହେତୁକ ଗହଳି ହେବା ଯୋଗୁ  ଅଧାରୁ ଅତ୍ୟାବଶ୍ୟକ ସାମଗ୍ରୀ ବଂଟନ ବନ୍ଦ କରି ଦିଆଯାଇଥିଲା । ଗୋଟିଏ ପଟେ କରୋନା ମୁକାବିଲା ନିମନ୍ତେ ସରକାର ଲକଡାଉନ ଠାରୁ ଆରମ୍ଭ କରି ଅନ୍ୟାନ କସରତ ଜାରି ରଖିବା ସହିତ କଡ଼ାକଡ଼ି ଆଇନ କରିଥିବା ସତ୍ୱେ ଦକ୍ଷିଣ ରାଉରକେଲାରେ କୋଭିଡ଼ ନିୟମ ବାଟବଣା ହୋଇପଡ଼ିଛି ।
କଂଟ୍ରୋଲ ଦୋକାନ ଗୁଡ଼ିକରେ ପଡ଼ିକାର୍ଡଧାରୀଙ୍କ ଲମ୍ବା ଲାଇନ ଲାଗିଥିବା ବେଳେ, ଦୋକାନୀଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରିବା ନେଇ ବୁଦ୍ଧିଜିବୀ ମହଲରେ ତ୍ରିୀବ ପ୍ରତିକ୍ରିୟା ସୃଷ୍ଟି କରିଛି । ଏଣୁ ଏହି ଲକ ଡାଉନ ସମୟରେ ପୁଲିସ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରରରେ ଦାବି ହୋଇଛି ।

ରାସ୍ତାରେ ବହୁଛି ବର୍ଷାପାଣି, ଲୋକେ ନୟାନ୍ତ

ରାଉରକେଲା: ଦକ୍ଷିଣ ରାଉରକେଲାରେ  ମୌସୁମି ଜନିତ ବର୍ଷା ହେବା ଫଳରେ ସାରନଗରୀର ବିଭିନ୍ନ ଅଂଚଳ ଜଳମଗ୍ନ ହୋଇ ପଡ଼ିଥିଲା । ଏଭଳି ପରିସ୍ଥିତି ଉପୁଜିଥିଲାଯେ, ସାରନଗରୀ ମୁଖ୍ୟ ରାସ୍ତା ଜଳରେ ଉବୁଟୁବୁ ହୋଇ ଉଠିଥିଲା । ଗଂଜୁ ମାର୍କେଟ ସମ୍ମୁଖ ରାସ୍ତାରେ ବର୍ଷା ପାଣିର ସୁଅ ଛୁଟିବା ଲୋକେ ଦେଖିବାକୁ ପାଇଥିଲେ । ଜଳ ନିଷ୍କାସନର ବ୍ୟବସ୍ଥା ସଠିକ ଭାବରେ ନଥିବାରୁ ବର୍ଷା ଜଳ ରାସ୍ତାରେ ବହୁ ସମୟ ଧରି ଜମି ରହି ଯାତାୟତ କରୁଥିବା ଆରୋହୀଙ୍କ ପାଇଁ ଅସୁବିଧାର କାରଣ ପାଲଟିଥିଲା ।
ଏହି ବଜାରଟି ସମସ୍ତ ସମୟରେ ଜନଗହଳିପୁର୍ଣ୍ଣ ରହିଥାଏ । ବିଶେଷକରି ବର୍ଷା ଦିନରେ ବର୍ଷା ଜଳ ନିଷ୍କାସନ ନହେବା ଲୋକଙ୍କୁ ଅଡ଼ୁଆରେ ପକାଇଥାଏ ବୋଲି ବାରମ୍ବାର ଅଭିଯୋଗ ହୋଇ ଆସୁଥିଲେ ମଧ୍ୟ ଏଯାଏ ଏହାର ସ୍ଥାୟୀ ସମାଧାନର ବାଟ ବାହାରି ପାରିନଥିବା ପ୍ରକାଶ । ସେହିପରି ଆଜି ଅସରାଏ ବର୍ଷା ଯୋଗୁ ସାରନଗରୀ ଅନ୍ୟ ତଳି ଅଂଚଳ ଓ କଲୋନୀ ଓ ବସ୍ତି ଗୁଡ଼ିକରେ ବର୍ଷା ପାଣି ପଶିଯିବାରୁ ଲୋକେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିଲେ ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking