31.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ : ବିଏମ୍‌ସି କମିଶନର

ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ : ବିଏମ୍‌ସି କମିଶନର

ଭୁବନେଶ୍ବର : ଗତ କିଛି ଦିନ ହେବ ଭୁବନେଶ୍ବରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଆଜି ଭୁବନେଶ୍ବରରେ କରୋନା ସ୍ଥିତି ନେଇ ବିଏମ୍‌ସି ପର୍ଯ୍ୟବେକ୍ଷକ ଅନୁ ଗର୍ଗ ଏବଂ ବିଏମ୍‌ସି କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ ସୂଚନା ଦେଇଛନ୍ତି।
ଭୁବନେଶ୍ବର ମହାନଗର ନିଗମ କମିଶନର ପ୍ରେମ୍‌ଚାନ୍ଦ ଚୌଧୁରୀ କହିଛନ୍ତି ଯେ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ଅଛନ୍ତି। ବସ୍ତି ଅଞ୍ଚଳରୁ ଏବେ ୨୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଅଣବସ୍ତି ଅଞ୍ଚଳରୁ ଏବେ ୬୫୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି। ପ୍ରତି ବସ୍ତିରେ ବସ୍ତି କମିଟି ହୋଇଛି। ମହିଷାଖାଲରୁ ବହୁ ସଂକ୍ରମିତ ଚିହ୍ନଟ ହେବା ପରେ ସେଠାରେ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ସେଠାରେ ଶିବିର କରି କୋଭିଡ୍ ପରୀକ୍ଷା କରାଯିବା ପରେ ୪୧ ପଜିଟିଭ୍ ମିଳିଲେ। ବିଏମ୍‌ସି ଅଞ୍ଚଳରେ ୮୦ ପ୍ରତିଶତରୁ ଅଧିକ ଆକ୍ରାନ୍ତ ଲକ୍ଷଣହୀନ ବୋଲି ଜଣାପଡ଼ିଛି।
ଏହାସହ ପର୍ଯ୍ୟବେକ୍ଷକ ଅନୁ ଗର୍ଗ ସୂଚନା ଦେଇ କହିଛନ୍ତି ଯେ ଭୁବନେଶ୍ୱରରେ ଏବେ ଦିନକୁ ୧୪ଶହ ନମୁନା ପରୀକ୍ଷା ପାଇଁ ଲକ୍ଷ୍ୟ ରଖାଯାଇଛି । ସବୁ ୱାର୍ଡ଼ରେ ବିଏମସି ପକ୍ଷରୁ ସଚେତକ କମିଟି ରହିଛି । ସେହିପରି ବସ୍ତି ଅଞ୍ଚଳରେ ଭଲ ଭାବେ ଏନେଇ ନଜର ରଖାଯାଇଛି । ଏକ ସଚେତକ ଆପ୍ ଅଣାଯାଇଛି । ଯାହା ଦ୍ୱାରା ଅନେକ ଲାଭ ମିଳିପାରିବ । ଏହି ଆପକୁ ପ୍ରାୟ ୧୦ହଜାର ଲୋକେ ମଧ୍ୟ ଡାଉନଲୋଡ଼ କରିସାରିଲେଣି । ତାଲାବନ୍ଦ ନିୟମକୁ ଭଲ ଭାବେ ପାଳନ କରିବାକୁ ସେ କହିଛନ୍ତି ।
ରାଜଧାନୀ ଭୁବନେଶ୍ୱରରେ ଆଉ ୧୫ଶହ କୋଭିଡ଼ ଶଯ୍ୟା ବୃଦ୍ଧି କରାଯିବ । ଏବେ ୬ଟି କୋଭିଡ଼ କେୟାର ହୋମରେ ୮୭୦ଟି ଶଯ୍ୟା ରହିଛି । ଭୁବନେଶ୍ୱରରେ ଏବେ ବି ୪ଟି ଜାଗାରେ କଣ୍ଟେନମେଣ୍ଟ ଜୋନ ବଳବତ୍ତର ରହିଛି । ରାପିଡ଼ ରେସପନ୍ସ ଟିମ ସଂଖ୍ୟା ମଧ୍ୟ ୯ ରୁ ୧୫କୁ ବୃଦ୍ଧି ପାଇଛି । ମାସ୍କ, ସାମାଜିକ ଦୂରତା ରକ୍ଷା କରିବା ଓ ସମସ୍ତ କୋଭିଡ଼ ନିୟମକୁ ପାଳନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking