28.1 C
Bhubaneswar
Thursday, May 2, 2024
Homeଓଡିଶାକରୋନା ପାଇଁ ୮୦ ଲକ୍ଷ ଦେଲେ ରୋହିତ ଶର୍ମା

କରୋନା ପାଇଁ ୮୦ ଲକ୍ଷ ଦେଲେ ରୋହିତ ଶର୍ମା

ମୁମ୍ୱାଇ : ଭାରତ ସମେତ ସାରା ବିଶ୍ୱ ଏବେ କରୋନା ଭୂତାଣୁ ବିରୋଧରେ ଲଢ଼େଇ ଜାରିରହିଛି । ମହାମାରୀ କରୋନା ଏବେ ଚିନ୍ତାର କାରଣ ପାଲଟିଛି । ଏହାକୁ ନଜରରେ ରଖି ସେଲିବ୍ରେଟିମାନେ ସହାୟତାର ହାତ ବଢାଇଛନ୍ତି। ପ୍ରତ୍ୟେକ ଦିନ ଅନେକ ସିନେ ତାରକା, ଖେଳାଳି ଓ ଉଦ୍ୟୋଗପତି ମାନେ ଭାରତ ସରକାରଙ୍କ ରିଲିଫ ଫଣ୍ଡକୁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହା ଛଡା କରୋନା ବିରୋଧୀ ଏହି ଲଢେଇରେ ସମସ୍ତେ ଯୋଗଦେବାକୁ ସରକାର ଅନୁରୋଧ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ତଥା ହିଟ୍ମ୍ୟାନ ଭାବେ ଜଣାଶୁଣା ରୋହିତ ଶର୍ମା ମଧ୍ୟ ଯୋଗଦାନ କରିଛନ୍ତି।
ରୋହିତ ମଙ୍ଗଳବାର ସୋସିଆଲ ମିଡିଆରେ ଏକ ଟ୍ବିଟ୍ କରି କହିଛନ୍ତି, ଆମ ଦେଶ ପୁଣି ଥରେ ନିଜ ଗୋଡ଼ରେ ଛିଡ଼ା ହେବା ଜରୁରୀ ଏବଂ ଏସବୁ ଦାୟିତ୍ଵ ଆମ ଉପରେ ରହିଛି। ମୁଁ ପିଏମ କେୟାର ଫଣ୍ଡକୁ ୪୫ ଲକ୍ଷ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ୨୫ ଲକ୍ଷ, ଫିଡିଂ ଇଣ୍ଡିଆକୁ ୫ ଲକ୍ଷ ଏବଂ ୱେଲଫେୟାର ଅଫ ଷ୍ଟ୍ରେ ଡଗ୍ସଙ୍କୁ ୫ ଲକ୍ଷ ଟଙ୍କା ଦାନ କରିବାକୁ ନିଷ୍ପତ୍ତି ନେଇଛି। ଏହିପରି ଭାବରେ ରୋହିତ ୮୦ ଲକ୍ଷ ଟଙ୍କା ଦାନ କରିବେ ବୋଲି ଘୋଷଣା କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking