27.6 C
Bhubaneswar
Wednesday, April 15, 2026
Homeଓଡିଶାତାଳଚେରରେ ପୁଣି ଦବିଲା ରାସ୍ତା

ତାଳଚେରରେ ପୁଣି ଦବିଲା ରାସ୍ତା

ତାଳଚେର: ତାଳଚେରରେ ପୁଣି ଦବିଲା ରାସ୍ତା । ଡେରା ପେଟ୍ରୋଲ ପମ୍ପ ନିକଟ ମୁଖ୍ୟ ରାସ୍ତାରେ ବିରାଟକାୟ ଗର୍ତ୍ତ ଦେଖିବାକୁ ମିଳିଛି । ପାଖାପାଖି ଦୁଇ ଫୁଟ୍ ଓସାରର ପାଞ୍ଚ ଫୁଟ୍‌ ଗଭୀର ଗର୍ତ୍ତ ହୋଇଥିବା ଜଣାପଡ଼ିଛି । ତେବେ ଏହି ଗର୍ତ୍ତ ପରେ ଭୟଭୀତ ହୋଇପଡିଛନ୍ତି ଅଞ୍ଚଳବାସୀ । ପୂର୍ବରୁ ସେହିଠାରୁ ନିକଟ ହାଣ୍ଡିଧୂଆଁ ଗାଁ ନିକଟ ଏକ ଜମି ଧସିଥିବାର ଦେଖିବାକୁ ମିଳିଥିଲା ।କୋଇଲା ଖନନ ପରେ ସଠିକ ଭାବେ ବାଲି ଫିଲିଙ୍ଗ କରିନଥିବାରୁ ଏଭଳି ଘଟଣା ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି । ତେବେ ରାସ୍ତାରେ ଏହି ଗର୍ତ୍ତ ସୃଷ୍ଟି ହୋଇଥିବା ବେଳେ ହାଣ୍ଡିଧୁଆଁ ଠାରୁ ବଲଣ୍ଡା ରାସ୍ତାରେ ଗାଡ଼ି ଚଳାଚଳ ଉପରେ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ଏମସିଏଲ କିମ୍ବା ପ୍ରଶାସନ ପହଞ୍ଚିନଥିବା ଜଣାପଡ଼ିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking