ନବରଙ୍ଗପୁର : ନବରଙ୍ଗପୁର ଜିଲ୍ଲା ସିନ୍ଧିଗୁଡ଼ା ଗାଁରେ ଅଜଣା ଗାଡି ଧକ୍କାରେ ୯ବର୍ଷ ବାଳକର ମୃତ୍ୟୁ ହୋଇଥିଲା । କ୍ଷତିପୂରଣ ଦାବିରେ ମୃତଦେହ ରଖି ଗତକାଲିଠୁ ରାସ୍ତାରୋକ କରାଯାଇଥିଲା । ୨୦ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ନବରଙ୍ଗପୁର ଜିଲ୍ଲା ସଦର ମହକୁମାଠାରୁ ନନ୍ଦାହାଣ୍ଡି ବ୍ଲକକୁ ଯୋଗାଯୋଗ କରୁଥିବା ମୁଖ୍ୟ ରାସ୍ତାକୁ ସିନ୍ଧିଗୁଡ଼ାଠାରେ ଅବରୋଧ କରାଯାଇଥିଲା ।
ଘଟଣାସ୍ଥଳରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଆଜି ସକାଳୁ ପୁଣି ଅତିରିକ୍ତ ଜିଲ୍ଲାପାଳ, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ, ନନ୍ଦାହାଣ୍ଡି ବିଡିଓ, ନବରଙ୍ଗପୁର ଆଉ ନନ୍ଦାହାଣ୍ଡିର ତହସିଲଦାର ଏକ ପୋଲିସ ଫୋର୍ସକୁ ନେଇ ଗାଁରେ ପହଁଞ୍ଚି ଲୋକଙ୍କୁ ବୁଝାଇଥିଲେ । ଗାଡ଼ି ମାଲିକଙ୍କ ପକ୍ଷରୁ କିଛି କ୍ଷତିପୂରଣ ସହ ପ୍ରଶାସନ ପକ୍ଷରୁ ରେଡକ୍ରସ ପାଣ୍ଠି ଓ ହରିଶ୍ଚନ୍ଦ୍ର ଯୋଜନାରୁ ପ୍ରତିଶ୍ରୁତି ପାଇବା ପରେ ରାସ୍ତାରୋକ ହଟିଥିଲା ।