26.1 C
Bhubaneswar
Tuesday, May 30, 2023
Homeଦେଶ ବିଦେଶବିବାହରେ ମିଳିଥିଲା ଉପହାର ଖୋଲୁ ଖୋଲୁ ହଠାତ୍ ହେଲା ଭୟଙ୍କର ବିସ୍ଫୋରଣ, ତା’ପରେ କ’ଣ ହେଲା...

ବିବାହରେ ମିଳିଥିଲା ଉପହାର ଖୋଲୁ ଖୋଲୁ ହଠାତ୍ ହେଲା ଭୟଙ୍କର ବିସ୍ଫୋରଣ, ତା’ପରେ କ’ଣ ହେଲା ପୁରା ଘଟଣା ପଢ଼ନ୍ତୁ….

ବ୍ୟୁରୋ : ବିବାହରେ ମିଳିଥିବା ଉପହାର ଏକ ପରିବାର ପାଇଁ ଭୟଙ୍କର ହୋଇଛି । ବିବାହର ମିଳିଥିବା ଉପହାରଗୁଡ଼ିକୁ ଖୋଲିବା ସମୟରେ ହଠାତ୍ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ନବବିବାହିତ ଯୁବକଙ୍କ ସହ ତାଙ୍କ ଭଣଜା ଗୁରୁତର ଭାବେ ଆହତ ହୋଇଛନ୍ତି । ଦୁଇ ଜଣଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ବରର ଅବସ୍ଥା ବର୍ତ୍ତମାନ ସଙ୍କଟାପନ୍ନ ରହିଛି । ଏଭଳି ୟଭାବନୀୟ ଘଟଣା ଗୁରୁଜରାଟ ରାଜ୍ୟର ନଭସାରୀ ଜିଲ୍ଲାରେ ଘଟିଛି । ସୂଚନା ଅନୁଯାୟୀ, ଗତ ମେ’ ୧୨ରେ ସ୍ଥାନୀୟ ମିଠାମ୍ବରୀ ଗାଁରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ସମାରୋହରେ ଯୋଗ ଦେଇଥିବା ଅତିଥିମାନେ ବରକନ୍ୟାଙ୍କୁ ବିଭିନ୍ନ ଉପହାର ଭେଟି ଦେଇଥିଲେ ।

ତେବେ ଗତକାଲି ଯେତେବେଳେ ବରକନ୍ୟା ଉପହାରଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଖୋଲିବା ଆରମ୍ଭ କରିଥିଲେ, ସେହି ସମୟରେ ଉପହାର ଆକାରରେ ମିଳିଥିବା ଏକ ଟେଡି ବିୟରରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଏହି ଦୁର୍ଘଟଣାରେ ବର ଓ ତାଙ୍କ ୩ ବର୍ଷର ଭଣଜା ଗୁରୁତର ଭାବରେ ପୋଡ଼ି ହୋଇଯାଇଛନ୍ତି । ବିସ୍ଫୋରଣର ତୀବ୍ରତା ଏତେ ଭୟାବହ ଥିଲା ଯେ ନବବିବାହିତ ଯୁବକଙ୍କ ଆଖି ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି ଏବଂ ତାଙ୍କ ବାମ ହାତର ପାପୁଲି ଛିଣ୍ଡି ଯାଇଛି । ଏତିକି ନୁହେଁ, ଏହି ବିସ୍ଫୋରଣରେ ଯୁବକଙ୍କ ଶରୀରର ଉପରି ଭାଗ ଜଳିଯାଇଛି । ବରର ଶ୍ୱଶୁର କହିଛନ୍ତି କି, ତାଙ୍କ ଝିଅ ସଲ୍‌ମାଙ୍କ ବିବାହ ମେ’ ୧୨ରେ ଲତେଶ ଗାଭିତ୍‌ଙ୍କ ସହିତ ହୋଇଥିଲା । ଏହି ସମୟରେ ସଲ୍‌ମାଙ୍କ ବଡ଼ ଭଉଣୀର ଏକ୍ସ ବୟଫ୍ରେଣ୍ଡ ଜଣେ ଆଶାକର୍ମୀଙ୍କ ହାତରେ ଟେଡି ବିୟର ଭଳି ଏକ ଇଲେକ୍ଟ୍ରୋନିକ୍ସ ଉପହାର ପଠାଇଥିଲେ । ଗତକାଲି ଯେତେବେଳେ ବିବାହରେ ମିଳିଥିବା ସମସ୍ତ ଉପହାରକୁ ଲତେଶ ଖୋଲି କି ଦେଖୁଥିଲେ, ସେତେବେଳେ ଭୟଙ୍କର ବିସ୍ଫୋରଣ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking