29.4 C
Bhubaneswar
Saturday, May 4, 2024
Homeବ୍ରେକୀଙ୍ଗଚାଲିଗଲା ଦୁଃଖୀନି ମାର କୁନାମୁନା; ଆଉ ଶୁଭିବନି ମାଆ ଡାକ, ଗାଁ ଶ୍ମଶାନରେ ଜଳିଲା ଦୁଇ...

ଚାଲିଗଲା ଦୁଃଖୀନି ମାର କୁନାମୁନା; ଆଉ ଶୁଭିବନି ମାଆ ଡାକ, ଗାଁ ଶ୍ମଶାନରେ ଜଳିଲା ଦୁଇ ଭାଇଙ୍କ ଜୁଇ

ବାଲେଶ୍ଵର: ଏକ ସାଙ୍ଗରେ ଗାଁ ଶ୍ମଶାନରେ ଜଳିଲା ଦୁଇ ଭାଇର ଜୁଇ । କୁହାଯାଏ ପୁଅ ବାପକୁ ମୁଖାଗ୍ନି ଦେଲେ ବାପର ଆତ୍ମାକୁ ଶାନ୍ତି ମିଳେ । ହେଲେ କିଏ ଜାଣିଥିଲା ମୃତ୍ୟୁ ଏମିତି ଆସିବ ବୋଲି । ଏକ ସାଙ୍ଗରେ ଦୁଇ ପୁଅର ଜୁଇ ଜଳିଛି ଗାଁ ଶ୍ମଶାନରେ । ଆମେ କହୁଛୁ କମର୍ଦା ଶାତଶୁଳିଆ ଗ୍ରାମରେ ଘଟି ଯାଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣା କଥା।

ଆଉ ଶୁଭିବନି କୁନା ମୁନାର ମାଆ ଡାକ । କାନ୍ଦ ବୋବାଳିରେ ଫାଟି ପଡୁଛି ପୁରା ପରିବେଶ । ଗାଁ ମଶାଣିରେ ଜଳୁଛି ଏକାବେଳେ ଦୁଇ ନାବାଳକ ଶବର ଜୁଇ । ଗୋଟିଏ ପରିବାରରୁ ଉଠିଛି ବଡ଼ପୁଅ କିଶୋର ଓ ସାନପୁଅ ସ୍ୱାଧୀନର କୋକେଇ। କିଏ ଜାଣିଥିଲା ଆଜିର ସୂର୍ଯ୍ୟୋଦୟ ସେମାନଙ୍କ ଜୀବନର ଶେଷ ଦିନ । ପରିବାର ଲୋକଙ୍କ କହିବା ଅନୁଯାୟୀ ଆଜି ସକାଳୁ ବଡପୁଅ ବସ ଯୋଗେ ପାଠ ପଢିବା ପାଇଁ କୋଚିଂ ସେଣ୍ଟର ଯାଇଥିଲା । ବଡବାପା ସରୋଜ ଦାସଙ୍କ ସହ ସାନଭାଇ ସ୍ୱାଧୀନ ଯାଇଥିଲା ବଡ଼ଭାଇଙ୍କୁ ଆଣିବା ପାଇଁ । ଟିଉସନ ସାରି ଦୁଇ ଭାଇ ଓ ବଡ଼ବାପା ଘରକୁ ଫେରୁଥିବା ବେଳେ କୌଣସି କାର୍ଯ୍ୟବସତ ଛିଡ଼ା ହୋଇଥିଲେ ।
ଜଳେଶ୍ବର -ଚନ୍ଦନେଶ୍ୱର 57 ନମ୍ବର ରାଜ୍ୟ ରାଜପଥ ଶାତଶୁଳିଆ ଠାରେ। ଏହି ସମୟରେ ଏକ ଦ୍ରୁତଗାମୀ ଡ଼ମ୍ଫର ଭାରସାମ୍ୟ ହରାଇ ଛିଡ଼ା ହୋଇଥିବା ଦୁଇଭାଇ ଓ ବଡବାପାଙ୍କୁ ଧକ୍କା ଦେଇଥିଲା । ସୌଭାଗ୍ୟ ବସତ ବଡବାପା ସରୋଜ ବର୍ତ୍ତି ଯାଇଥିଲା ବେଳେ ଦୁଇଭାଇ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଦୁଇଭାଇଙ୍କୁ ଜଳେଶ୍ବର ମେଡିକାଲରେ ଭର୍ତି କରି ଥିଲେ, ମାତ୍ର ଡାକ୍ତର ଦୁଇଭାଇଙ୍କୁ ମୃତ ଘୋଷଣା କରିଥିଲେ।

ଗୋଟିଏ ପରିବାରର ଦୁଇ ପୁଅଙ୍କୁ ହରାଇ ପୁରା ପରିବାର ବେସାହାରା ହୋଇ ଯାଇଛି । ସେପଟେ ଦୁର୍ଘଟଣା ସ୍ଥାନରରେ ରାସ୍ତା ରୋକ କରି ସ୍ଥାନୀୟ ଲୋକେ ସରକାରୀ ସହାୟତା ପାଇଁ ଦାବି କରିବା ସହ ରାସ୍ତାରେ ଦ୍ରୁତ ଗତିରେ ଗାଡି ମଟର ଚଳାଚଳ ରୋକିବା ପାଇଁ ଦାବି କରିଛନ୍ତି ।ଭୋଗରାଇ ତହସିଲଦାର ଓ sdpo ଜଳେଶ୍ବରଙ୍କ ହସ୍ତକ୍ଷେପ ପରେ ରାସ୍ତା ରୋକ ଉଠି ଥିଲା। ଅନ୍ୟପଟେ ଗୋଟିଏ ପରିବାରର ଦୁଇ ନାବାଳକ ପୁଅଙ୍କୁ ହରାଇ ପୁରା ପରିବାର କାନ୍ଦ ବବାଳୀରେ ଫାଟି ପଡୁଛି । ମୃତ୍ୟୁକୁ ନେଇ ବାଣୀଦା ଗାଁ ଶୋକର ଛାୟା ଖେଳିଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking