କନ୍ଧମାଳ : କନ୍ଧମାଳ ଜିଲ୍ଲାରେ ଘଟିଛି ସଡ଼କ ଦୁର୍ଘଟଣା । କଳିଙ୍ଗା ଘାଟିରେ ଏକ ଟ୍ରକ୍ ଓଲଟି ପଡି ହେଲ୍ପରର ମୃତ୍ୟୁ ହୋଇଥିବାବେଳେ ଡ୍ରାଇଭର ଗୁରୁତର ହୋଇଛି । ପୋଲିସ ଘଟଣାର ତଦନ୍ତ ଜାରି କରିଛି । ସୂଚନା ଅନୁସାରେ, ଏକ ଲୁହ ଚଦର ବୋଝେଇ ଟ୍ରକ ଛତିଶଗଡ଼ ବିଳାଶପୁରରୁ ବାଙ୍ଗାଲୁରୁ ଯାଉଥିବା ସମୟରେ କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା ।ଦୁର୍ଘଟଣାରେ ହେଲ୍ପରର ମୃତ୍ୟୁ ଓ ଡ୍ରାଇଭର ଗୁରୁତର ହୋଇଛି । ସ୍ଥାନୀୟ ଲୋକ , ତୁରନ୍ତ ଉଦ୍ଧାରକାରୀ ଦଳ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ , ପୋଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ମୃତ ହେଲ୍ପରଙ୍କ ଘର ଉତ୍ତରପ୍ରଦେଶର ଆହ୍ଲାବାଦରେ ବୋଲି ପୋଲିସ ତଦନ୍ତରୁ ସୂଚନା ମିଳିଛି ।










