28.1 C
Bhubaneswar
Friday, April 26, 2024
Homeଦେଶ ବିଦେଶନଦୀରେ ବୋହୁଛି ୫ ପ୍ରକାର ରଙ୍ଗର ଜଳ

ନଦୀରେ ବୋହୁଛି ୫ ପ୍ରକାର ରଙ୍ଗର ଜଳ

ନୂଆଦିଲ୍ଲୀ : ଆପଣମାନେ ସାଧାରଣତଃ ଆକାଶ ମେଘୁଆ ଥିବା ବେଳେ ଇନ୍ଦ୍ରଧନୁର ସାତଟି ରଙ୍ଗ ଦେଖିଥିବେ । ଇନ୍ଦ୍ରଧନୁରେ ଦେଖାଉଯାଥିବା ୭ଟି ରଙ୍ଗର ଝଲକ ତ କିଛି ସମୟ ପାଇଁ ଆସିଥାଏ ।କିନ୍ତୁ କଣ ଆପଣ ଜାଣିଛନ୍ତି କି ଏମିତି ଏକ ନଦୀ ରହିଛି ଯେଉଁଥିରେ ଇନ୍ଦ୍ର ଧନୁପରି ୫ଟି ରଙ୍ଗର ପାଣି ବହୁଛି ।ଏହି କଥା ଜାଣିବା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା । କିନ୍ତୁ ଏହା ସତ । ଏହି ନଦୀର ସୁନ୍ଦରତା ପ୍ରତ୍ୟେକଙ୍କ ମନକୁ କିଣି ନେବ । ଏହାକୁ ଦେଖିବା ପାଇଁ ଅନେକ ଲୋକ ଆସିଥାନ୍ତି । ତେବେ ଏହି ନଦୀର ନାମ ହେଉଛି କୈନୋ କ୍ରିଷ୍ଟଲ୍ସ ।ଏହି ନଦୀ ଦକ୍ଷିଣ ଆମେରିକାର ମହାଦ୍ୱିପ କଲମ୍ବିଆରେ ରହିଛି । ନ୍ୟାସନାଲ ଜିଓଗ୍ରାଫି ଏହାକୁ ଗାର୍ଡନ ଅଫ ଇଡେନ ଅଥବା ଦେବତାଙ୍କ ବଗିଚା ବୋଲି କହିଥାଏ । ଏହି ନଦୀ କେବଳ କଲମ୍ବିଆ ବାସୀଙ୍କୁ ନୁହେଁ ସାରା ଦୁନିଆର ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଏ ।ଏହି ନଦୀରେ ୫ ଟି ଅଲଗା ଅଲଗା ରଙ୍ଗର ପାଣି ବହିଥାଏ ।୫ଟି ରଙ୍ଗ ପାଇଁ ଏହି ନଦୀକୁ ରିଭର ଅଫ ଫାଇଭ କଲର୍ସ ବୋଲି ମଧ୍ୟ କୁହାଯାଇଥାଏ ।ଏହା ଛଡା ଏହାକୁ ଲିକ୍ୱିଡ୍ ରେନବୋ ଭାବରେ ମଧ୍ୟ ଜଣାଯାଏ । ଏହି ନଦୀକୁ ଦେଖିଲେ ଆପଣଙ୍କୁ ଲାଗିବ ଏହା କୈାଣସି ଚିତ୍ର । ଏହି ନଦୀର ସୁନ୍ଦରତା ଜୁନ ରୁ ଅକ୍ଟୋବର ଯାଏ ଦେଖିବାକୁ ମିଳେ ।ଏହି ମାସ ଗୁଡିକରେ ନଦୀକୁ ଦେଖିବା ପାଇଁ ଅନେକ ଲୋକ ଆସିଥାନ୍ତି । ଏହି ନଦୀର ରଙ୍ଗକୁ ଦେଖିଲେ ଆପଣଙ୍କୁ ଏହା ଲାଗିବ ଯେ ପାଣିର ରଙ୍ଗ ପରିବର୍ତ୍ତନ ହେଉଛି କିପରି । ତେବେ ନଦୀ ପାଣିର ରଙ୍ଗ ବଦଳେ ନାହିଁ ବରଂ ନଦୀରେ ଥିବା ଖାସ ଗଛ କ୍ଲେବିଗରା ପାଇଁ ରଙ୍ଗ ବଦଳିଥାଏ । ଏହି ଗଛର ୫ଟି କାରଣ ପାଇଁ ପୁରା ନଦୀ ପ୍ରକୃତିକ ଭାବେ ରଙ୍ଗୀନ ହୋଇଯାଏ । ଏହି ଗଛ ନଦୀର କୂଳରେ ରହିଛି । ଯେପରି ଭାବରେ ଗଛ ଉପରେ ସୂର୍ଯ୍ୟ କିରଣ ପଡେ ଏହାର ଉପର ଧାର ଶୁଖି ଲାଲ ହୋଇଯାଏ ।ଧୀରେ ଏବଂ ଖୁବ ଜୋରରେ କିରଣ ପଡିବା ଦ୍ୱାରା ଏହି ଗଛର ରଙ୍ଗ ପାଣି ଉପରେ ପଡିଥାଏ । ବାଇଗଣୀ ଠାରୁ ଆରମ୍ଭ କରି ଲାଲ ଯାଏ ଆସୁଥିବା ରଙ୍ଗ ଦିନର ଅଲଗା ଅଲଗା ସମୟରେ ନଦୀରେ ଦେଖାଯାଏ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking