28.1 C
Bhubaneswar
Tuesday, June 28, 2022
Homeଅପରାଧନାବାଳିକାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ

ନାବାଳିକାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ

ବ୍ରହ୍ମପୁର: ଜନୈକା ନାବାଳିକାଙ୍କୁ ଛୁରି ଦେଖାଇ ଦୁଷ୍କର୍ମ କରିଥିବା ମାମଲାର ଆଜି ପୋକସ ଜଜ ଅନୁପ ରଞ୍ଜନ ପଟ୍ଟନାୟକ ଶୁଣାଣି କରିଥିଲେ । ସମସ୍ତ ସାକ୍ଷ୍ୟ ପ୍ରମାଣଙ୍କୁ ଆଧାର କରି ଅଭିଯୁକ୍ତ ପୋଲସରା ଥାନା ଅଞ୍ଚଳର ଅରୁଣ ବେହେରାଙ୍କୁ ୨୦ ବର୍ଷ ଜେଲ ଦଣ୍ଡ ଶୁଣାଇଛନ୍ତି । ଏହା ସହ ୩୫ ହଜାର ଟଙ୍କା ଜରିମାନାର ଆଦେଶ ଦେଇଛନ୍ତି । ଜରିମାନା ଅନାଦେୟ ଆଉ ୩ ବର୍ଷ ଜେଲ ଦଣ୍ଡର ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ପୀଡ଼ିତା ନାବାଳିକାଙ୍କୁ ୫ଲକ୍ଷ ଟଙ୍କା ଆର୍ଥକ ସହାୟତା ଦେବା ନିମନ୍ତେ ଜିଲ୍ଲା ଆଇନସେବା ପ୍ରାଧିକରଣକୁ ନିର୍ଦ୍ଦେଶ ହୋଇଛି ।

ଏହି ମାମଲାର ବିଚାରବେଳେ ମୋଟ ୧୪ ଜଣ ସାକ୍ଷୀଙ୍କ ବୟାନ ରେକର୍ଡକୁ ଭିତ୍ତିକରି ମାମଲାର ଶୁଣାଣି କରାଯାଇଥିଲା । ସୂଚନାଯୋଗ୍ୟ ଯେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଏକ ଗ୍ରାମର ପୀଡ଼ିତା ନାବାଳିକାଙ୍କ ବାପା ସୁରଟରେ ଦାଦନ ଶ୍ରମିକ ରୂପେ କାର୍ଯ୍ୟ କରନ୍ତି । ଉକ୍ତ ଗ୍ରାମରେ ମା’ଙ୍କ ସହ ନାବାଳିକା ଜଣଙ୍କ ରହୁଥିଲେ । ୨୦୧୭ ନଭେମ୍ବର ୧୨ ତାରିଖରେ ନାବାଳିକାଙ୍କ ମା କୌଣସି କାମରେ ବାହାରକୁ ଯାଇଥିବା ବେଳେ ନାବାଳିକା ଜଣଙ୍କ ଘରେ ଏକା ଥିଲେ ।

ଏହାର ସୁଯୋଗ ନେଇ ଅଭିଯୁକ୍ତ ଅରୁଣ ବେହେରା ତାଙ୍କ ଘରକୁ ଯାଇ ନାବାଳିକାଙ୍କୁ ଛୁରି ଦେଖାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଲେ । ଏହି ଘଟଣା ସମ୍ପର୍କରେ କାହାରିକୁ କହିଲେ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ । ପରେ ଏ ନେଇ ପୀଡ଼ିତା ଜଣଙ୍କ ତାଙ୍କ ମା’ଙ୍କୁ ଘଟଣା ବିଷୟରେ କହିଥିଲେ । ଖବର ପାଇ ବାପା ସୁରଟରୁ ଗ୍ରାମକୁ ଫେରିଥିଲେ । ପରେ ପୀଡ଼ିତା ନାବାଳିକା ଜଣଙ୍କ ଘଟଣା ସମ୍ପର୍କରେ ପୋଲସରା ଥାନାରେ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗକୁ କେନ୍ଦ୍ରକରି ପୁଲିସ ଏକ ମାମଲା ରୁକୁ କରି ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ଆଜି ଏହି ମାମଲାର ବିଚାର କରି ଜଜ ଅଭିଯୁକ୍ତ ଅରୁଣଙ୍କୁ ୨୦ ବର୍ଷର ଜେଲ ଦଣ୍ଡ ଶୁଣାଣି କରିଥିଲେ । ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ନାରାୟଣ ପଣ୍ଡା ମକଦ୍ଦମା ପରିଚାଳନା କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking