ନୂଆଦିଲ୍ଲୀ : ପାକିସ୍ତାନ ପାଇଁ ଇତିହାସ ପାଲଟିଲେ ନଦୀମ ଅର୍ଶଦ। ଜାଭେଲିନ ଥ୍ରୋ ଫାଇନାଲରେ ପାକିସ୍ତାନର ନଦୀମ ଅର୍ଶଦ ଇତିହାସ ରଚିଛନ୍ତି । ଆଉ ପ୍ରଥମ ରାଉଣ୍ଡର ଦ୍ୱତୀୟ ପ୍ରୟାସରେ ୯୨.୯୭ର ଥ୍ରୋ ମାରି ଅଲିମ୍ପିକ୍ସରେ ରେକର୍ଡ ଭାଙ୍ଗି ଦେଇଛନ୍ତି । ଏହା ପୂର୍ବରୁ ଅଲିମ୍ପିକ୍ସରେ ଏହି ରେକର୍ଡ ଥୋରକିଲ୍ଡସେନ୍ ଏଣ୍ଡ୍ରିୟାସଙ୍କ ନାଁରେ ଥିଲା, ଯିଏ ୨୦୦୮ ବେଜିଂ ଅଲିମ୍ପିକ୍ସରେ ୯୦.୫୭ ମିଟରର ଥ୍ରୋ ମାରିଥିଲେ । ସେହିପରି ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ପାକିସ୍ତାନର ଅର୍ଶଦ ନଦୀମ ୯୨.୯୭ ମିଟରର ଥ୍ରୋ ମାରି ଇତିହାସ ରଚିଛନ୍ତି । ଗତ କାଲି ଫାଇନାଲରେ ଅର୍ଶଦ ନିଜର ଶେଷ ଥ୍ରୋ ୯୧.୭୯ ମିଟର ମାରିଥିଲେ । ନିଜର ୬ ଥ୍ରୋରୁ ସେ ଦୁଇଟି ଥ୍ରୋ ୯୦ ମିଟରରୁ ଅଧିକ ମାରିଥିଲେ । ପାକିସ୍ତାନରେ ଏହା ପ୍ରଥମ ଥର ହୋଇଛି ଯେ ଅଲିମ୍ପିକ୍ସରେ ବ୍ୟକ୍ତିଗତ ଭାବେ କୌଣସି ଖେଳାଳି ସ୍ୱର୍ଣ୍ଣ ପଦକ ଜିତିଛି । ଅର୍ଶଦଙ୍କ ଗୋଲ୍ଡ ମେଡାଲ ଜିତିବା ପାକିସ୍ତାନ ପାଇଁ ଐତିହାସିକ ହୋଇଛି । କାରଣ ୧୯୯୨ ମସିହା ପରେ ପାକିସ୍ତାନ ବ୍ୟକ୍ତିଗତ ମେଡାଲ ଜିତିବାରେ ସଫଳ ହୋଇଛି । ୧୯୯୨ରେ ପାକିସ୍ତାନର ହକି ଟିମ ବ୍ରୋଞ୍ଜ ମେଡାଲ ଜିତିଥିଲା । ଆଉ ଏବେ ୩୨ ବର୍ଷ ପରେ ଅରଶଦ ନଦୀମ ଗୋଲ୍ଡ ମେଡାଲ ଜିତି ପାକିସ୍ତାନ ପାଇଁ ଗୌରବ ଆଣିଛନ୍ତି ।