28.9 C
Bhubaneswar
Monday, June 22, 2026
Homeଓଡିଶାମଣ୍ଡିରେ ଧାନ: ରାଜ ରାସ୍ତାରେ ଚାଷୀ

ମଣ୍ଡିରେ ଧାନ: ରାଜ ରାସ୍ତାରେ ଚାଷୀ

ମାଲକାନଗିରି: ମଣ୍ଡିରେ ଧାନ । ରାଜ ରାସ୍ତାରେ ଚାଷୀ । ମାସ ମାସ ଧରି ମଣ୍ଡିରୁ ଧାନ ଉଠୁ ନଥିବାରୁ ଆଜି ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ଠାରେ ରାଜରାସ୍ତା ଉପରେ ଧାନ ରଖି ପ୍ରତିବାଦ କରିଛନ୍ତି ଚାଷୀ । ଦିର୍ଘ ସମୟ ଧରି ରାସ୍ତା ଅବରୋଧ ଯୋଗୁ ମାଲକାନଗିରି ଠାରୁ ବାଲିମେଳା-ଚିତ୍ରକୋଣ୍ଡା ରାଜପଥରେ ଯାତାୟାତ ପ୍ରଭାବିତ ହୋଇଥିଲା । କୋରୁକୋଣ୍ଡା ମଣ୍ଡିରେ ପ୍ରାୟ ୧୦ ହଜାର କ୍ଵିଣ୍ଟାଲ ଧାନ ଗଚ୍ଛିତ ଥିବା ବେଳେ ଠାକୁରାଣୀ ଯାତ୍ରାର ଆଳ ଦେଖାଇ ମଣ୍ଡିରୁ ମିଲର ଧାନ ଉଠାଉ ନ ଥିବା କହିଛି ଯୋଗାଣ ବିଭାଗ । ତେବେ ଅତିରିକ୍ତ ଯୋଗାଣ ଅଧିକାରୀଙ୍କ ଲିଖିତ ପ୍ରତିଶ୍ରୁତି ପରେ ଅବରୋଧ ହଟାଇଛନ୍ତି ଚାଷୀ ।ଜିଲ୍ଲାରେ ମୋଟ ୭୬  ହଜାର ୫୯୮ ଟୋକନ ଜେନରେଟ ହୋଇଛି। ଏଥିରୁ ମାତ୍ର  ୩୩ ହଜାର ୨୨୮ ଚାଷୀଙ୍କ ଧାନ କ୍ରୟ ହୋଇ ଥିବା ରିପୋର୍ଟ କହୁଛି, ତେବେ ସମସ୍ତଙ୍କ ଧାନ ଏ ଯାଏଁ ଉଠିନି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking