29.1 C
Bhubaneswar
Saturday, July 27, 2024
Homeଅପରାଧଦେଶରେ ବଢୁଛି ପ୍ରତିଶୋଧ ହତ୍ୟା: ଏନସିଆରବି ରିପୋର୍ଟ

ଦେଶରେ ବଢୁଛି ପ୍ରତିଶୋଧ ହତ୍ୟା: ଏନସିଆରବି ରିପୋର୍ଟ

ନୂଆଦିଲ୍ଲୀ: ଏନସିଆରବି ଭାରତରେ ହୋଇଥିବା ଅପରାଧ ସମ୍ପର୍କରେ ଏକ ରିପୋର୍ଟ ପ୍ରକାଶ କରିଛି । ଏହି ରିପୋର୍ଟ ଆଶ୍ଚର୍ଯ୍ୟଜନକ ଅଟେ । ୨୦୨୨ ମସିହାରେ, ଭାରତରେ ୨୮,୫୨୨ ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା । ଦେଶରେ ପ୍ରତିଦିନ ହାରାହାରି ୭୮ ହତ୍ୟା ଘଟିଥିବା ଏଥିରେ ଉଲ୍ଲେଖ କରାଯାଇଛି । ୨୦୨୧ ମସିହାରେ ଭାରତରେ ହତ୍ୟା ମାମଲା ତୁଳନାରେ ଏହା ସାମାନ୍ୟ କମ ଅଟେ । ୨୦୨୧ ମସିହାରେ ଦେଶରେ ୨୯,୨୭୨ ହତ୍ୟା ମାମଲା ପଞ୍ଜିକୃତ ହୋଇଥିଲା ।

ନୂଆ ରିପୋର୍ଟରେ ଏହା ୨.୬ ପ୍ରତିଶତ ହ୍ରାସ ପାଇଛି । ଏନସିଆରବିର କ୍ରାଇମ ଇଣ୍ଡିଆ ୨୦୨୨ ତାଲିକା ଅନୁଯାୟୀ,୨୦୨୨ ମସିହାରେ ଭାରତରେ ଅଧିକାଂଶ ହତ୍ୟା ବ୍ୟକ୍ତିଗତ ପ୍ରତିଶୋଧ କିମ୍ବା ଶତ୍ରୁତା ଯୋଗୁ ଘଟିଥିଲା । ଏହି କାରଣରୁ ୩୭୬୧ ହତ୍ୟାକାଣ୍ଡ ଘଟିଥିଲା । ଏହା ପରେ ହତ୍ୟାକାଣ୍ଡର ମୁଖ୍ୟ କାରଣ ଛୋଟ ଝଗଡ଼ା ବା ବିବାଦ ରହିଛି । ଏହି କାରଣରୁ ୩୨୯୪ ହତ୍ୟାକାଣ୍ଡ ଘଟିଥିଲା । ଏହା ତାଲିକାରେ ପାରିବାରିକ କଳହ ହତ୍ୟାକାଣ୍ଡର ତୃତୀୟ ମୁଖ୍ୟ କାରଣ ରହିଛି । ଏହା ଯୋଗୁ ୩୧୩୪ ହତ୍ୟାକାଣ୍ଡ ଘଟିଥିଲା । ଜମି କିମ୍ବା ସମ୍ପତ୍ତି ବିବାଦ ଯୋଗୁଁ ୨୩୨୬ ହତ୍ୟାକାଣ୍ଡ ଘଟିଥିଲା । ଅବୈଧ ସମ୍ପର୍କ ଯୋଗୁ ୧୪୨୦ ଟି ହତ୍ୟା ଘଟିଥିଲା । ପ୍ରେମ ସମ୍ପର୍କ ଯୋଗୁଁ ୧୪୦୧ ହତ୍ୟା ହୋଇଥିଲା । ଟଙ୍କା ବିବାଦ ଯୋଗୁଁ ୧୧୪୪ ହତ୍ୟାକାଣ୍ଡ ଘଟିଥିଲା ।

ଟଙ୍କା ବିବାଦ ଯୋଗୁ ୧୮୮୪ ହତ୍ୟାକାଣ୍ଡ ଘଟିଥିଲା । ଏଥି ସହିତ, ୨୦୨୧ ତୁଳନାରେ ଦେଶରେ ୨୦୨୨ ମସିହାରେ ମହିଳାଙ୍କ ବିରୋଧରେ ଅଧିକ ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା । ୨୦୨୨ ମସିହାରେ ମହିଳାଙ୍କ ବିରୋଧରେ ମୋଟ ୪,୪୫,୨୫୬ ମାମଲା ପଞ୍ଜିକୃତ ହୋଇଥିବାବେଳେ ୨୦୨୧ ମସିହାରେ ୪,୨୮,୨୭୮ ମାମଲା ପଞ୍ଜିକୃତ ହୋଇଥିଲା, ଯାହାକି ୪ ପ୍ରତିଶତ ଅଧିକ । ଦେଶର ଏକ ଲକ୍ଷ ଜନସଂଖ୍ୟାରେ ହତ୍ୟା ହାର ୨.୧ ରହିଛି । ଆସାମ ଏବଂ ଓଡିଶାରେ ପ୍ରତି ୧ ଲକ୍ଷ ଲୋକଙ୍କ ମଧ୍ୟରେ ୩ ହତ୍ୟା ମାମଲା ହୋଇଥିଲା । ଛତିଶଗଡ ଏବଂ ହରିୟାଣାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୩.୪ ଜଣଙ୍କୁ ହତ୍ୟା କରାଯାଇଥିଲା । ଏକ ଲକ୍ଷ ଜନସଂଖ୍ୟାରେ ଝାଡଖଣ୍ଡରେ ସର୍ବାଧିକ ହତ୍ୟାକାଣ୍ଡ ଘଟିଥିଲା । ଏଠାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୪ ଜଣଙ୍କୁ ହତ୍ୟା କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking