29.1 C
Bhubaneswar
Saturday, July 27, 2024
Homeଅପରାଧପାରିବାରିକ କଳହର ଭୟଙ୍କର ଚିତ୍ର; ସ୍ୱାମୀର କାନ କାମୁଡ଼ି ଛିଣ୍ଡାଇ ଦେଲା ସ୍ତ୍ରୀ

ପାରିବାରିକ କଳହର ଭୟଙ୍କର ଚିତ୍ର; ସ୍ୱାମୀର କାନ କାମୁଡ଼ି ଛିଣ୍ଡାଇ ଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ପାରିବାରିକ କଳହର ଭୟଙ୍କର ଚିତ୍ର । ଯୁକ୍ତି ତର୍କବେଳେ ଉତ୍ତ୍ୟକ୍ତ ହୋଇ ସ୍ୱାମୀଙ୍କ କାନ କାମୁଡି ଛିଣ୍ଡାଇଦେଲେ ମହିଳା । ଏଭଳି ଅଦ୍ଭୁତ ଘଟଣା ଘଟିଛି ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ । ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଅଭିଯୋଗକାରୀ ସ୍ୱାମୀ । ତାଙ୍କ ଡାହାଣ ପାର୍ଶ୍ୱ କାନର ଉପରି ଭାଗ ଚିଣ୍ଡି ଯାଇଥିବାବେଳେ ତାହାର ସର୍ଜରୀ କରିଛନ୍ତି ଡାକ୍ତର । ତେବେ ସୁସ୍ଥ ହେବା ପରେ ବ୍ୟକ୍ତି ଜଣଙ୍କ ପତ୍ନୀଙ୍କ ନାଁରେ ଥାନାରେ ଅଭିଯୋଗ ଆଣିଛନ୍ତି ଅଭିଯୋଗକାରୀ । ପୋଲିସର କହିବା ଅନୁସାରେ, ଓଚଉ ଧାରା ୩୨୪ ଅନୁସାରେ ସମ୍ପୃକ୍ତ ମହିଳାଙ୍କ ନାଁରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ଅଭିଯୋଗକାରୀ ଜଣକ କହିଛନ୍ତି, “ମୁଁ ଗତ ୨୦ ତାରିଖରେ ପାଖାପାଖି ୯ଟା ୨୦ ସମୟରେ ଘର ବାହାରକୁ ଆବର୍ଜନା ଫିଙ୍ଗିବାକୁ ଯାଇଥିଲି । ଆଉ ପତ୍ନୀଙ୍କୁ ଘର ସଫା କରିବାକୁ କହିଥିଲି ।

ହେଲେ ଯେତେବେଳେ ମୁଁ ଘରକୁ ଫେରିଲି ସେ ମୋ ସହ ଝଗଡ଼ା କରିବା ଆରମ୍ଭ କରିଦେଲେ । ଘର ବିକିଦେବାକୁ ସେ ମୋତେ କହିଥିଲେ । ଏପରିକି ନିଜର ପ୍ରାପ୍ୟ ମାଗିବା ସହ ପିଲାଙ୍କୁ ନେଇ ଅନ୍ୟତ୍ର ରହିବା ପାଇଁ ମଧ୍ୟ ଧମକ ଥିଲେ । ସେ ଆହୁରି ମଧ୍ୟ କହିଛନ୍ତି, “ମୁଁ ତାଙ୍କୁ ବୁଝାଇବା ପାଇଁ ବହୁ ଚେଷ୍ଟା କରିଥିଲି । ହେଲେ ସେ ବୁଝିବା ପରିବର୍ତ୍ତେ ମତେ ପାଲଟା ଆକ୍ରମଣ କରିଥିଲେ । ମୋ କାନକୁ କାମୁଡ଼ି ଦେଇଥିଲେ ।” ସୂଚନା ଅନୁସାରେ, ଏଭଳି ଘଟଣା ଘଟିବା ପରେ ପୀଡ଼ିତଙ୍କ ପୁଅ ଚିକିତ୍ସା ପାଇଁ ପ୍ରଥମେ ତାଙ୍କୁ ସଞ୍ଜୟ ଗାନ୍ଧୀ ହସ୍ପିଟାଲ ଓ ପରେ ସର୍ଜରୀ ପାଇଁ ଗୋଲଡେନ ହସ୍ପିଟାଲ ନେଇଥିଲେ । ଅଭିଯୋଗକାରୀଙ୍କ କହିବା ଅନୁସାରେ, ସେ ଜୟପୁର ଗୋଲଡେନ ହସ୍ପିଟାଲରେ ନିଜର ସର୍ଜରୀ କରିଛନ୍ତି । ସେହି ସମୟରେ ପୀଡିତଙ୍କ ଅବସ୍ଥା ଗୁରୁତର ଥିବାରୁ ପୋଲିସ ତାଙ୍କର ବୟାନ ରେକର୍ଡ କରିପାରିନଥିଲା । ପରବର୍ତ୍ତୀ ସମୟରେ ଗତ ୨୨ ତାରିଖରେ ନିଜେ ଲିଖିତ ଆକାରରେ ଥାନାରେ ଅଭିଯୋଗ କରିଛନ୍ତି ପୀଡିତ ବ୍ୟକ୍ତି । ତେବେ ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ ଆରମ୍ଭ କରିଛି । ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା କିଛି ନୂଆ କଥା ନୁହେଁ । ହେଲେ ସୁଲତାନପୁରୀରେ ଘଟିଥିବା ଏଭଳି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking