28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶତେଲେଙ୍ଗାନାରେ ରେବାନ୍ତ ସରକାର

ତେଲେଙ୍ଗାନାରେ ରେବାନ୍ତ ସରକାର

ତେଲେଙ୍ଗାନା : ଆଜିଠୁ ତେଲଙ୍ଗାନାରେ ରେବାନ୍ତ ରାଜ୍ ।ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ରେବାନ୍ତ ରେଡ୍ଡୀ । ହାଇଦ୍ରାବାଦରେ ଶପଥ ପାଠ କରାଇଲ ରାଜ୍ୟପାଳ । ଉପମୁଖ୍ୟ ମନ୍ତ୍ରୀ ଭାବେ ଶପଥ ନେଲେ ଭଟି ବିକ୍ରମାର୍କା । ପଦ ଓ ଗୋପନୀୟତାର ଶପଥ ପାଠ କରାଇଲେ ରାଜ୍ୟପାଳ । ଶପଥ ଗ୍ରହଣ ସମରୋହରେ ସନିଆ, ରାହୁଲ, ପ୍ରିୟଙ୍କା ଗାନ୍ଧି ଉପସ୍ଥିତ ଥିଲେ । ତେଲେଙ୍ଗାନାର ମୋଟ 119 ଟି ସିଟ୍ ମଧ୍ୟରୁ 64 ଟି କଂଗ୍ରେସ ଜିତିଥିଲା । ବିଆରଏସ୍ 39 ଟି ସିଟ୍ ଏବଂ ବିଜେପି ଆଠଟି ସିଟ୍ ଜିତିଥିଲେ। ସରକାର ଗଠନ ପାଇଁ ଯେକୌଣସି ଦଳ ମ୍ୟାଜିକ୍ ନମ୍ବର 60 କ୍ରସ୍ କରିବା ଆବଶ୍ୟକ । କଂଗ୍ରେସ 39.40 ପ୍ରତିଶତ ଭୋଟ୍, ବିଆରଏସ୍ 37.35 ପ୍ରତିଶତ ଭୋଟ୍ ଏବଂ ବିଜେପି 13.90 ପ୍ରତିଶତ ଭୋଟ୍ ପାଇଥିଲେ । କୋଡଙ୍ଗାଲ ବିଧାନସଭା ନିର୍ବାଚନମଣ୍ଡଳୀରୁ ବିଆରଏସର ପି ନରେନ୍ଦ୍ର ରେଡ୍ଡୀଙ୍କୁ 32000 ରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ ରେବାନ୍ତ ରେଡ୍ଡୀ। ବିଧାନସଭା ନିର୍ବାଚନ ଫଳାଫଳ ପରଠାରୁ ରେବାନ୍ତ ସିଏମ୍ ଦୌଡ଼ରେ ଅଗ୍ରଣୀ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking