29.1 C
Bhubaneswar
Wednesday, May 22, 2024
Homeଓଡିଶାପଦ୍ମ ଧରିଲେ ଅବସରପ୍ରାପ୍ତ ଯୋଗାଣ ବିଭାଗ ଅଧିକାରୀ ରଞ୍ଜନ କୁମାର ସେଠ୍‌

ପଦ୍ମ ଧରିଲେ ଅବସରପ୍ରାପ୍ତ ଯୋଗାଣ ବିଭାଗ ଅଧିକାରୀ ରଞ୍ଜନ କୁମାର ସେଠ୍‌

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ବିକାଶମୂଳକ କାର୍ଯ୍ୟ ଏବଂ ରାଜ୍ୟର ଉନ୍ନତି ନିମନ୍ତେ ରାଜନୀତିରେ ପାଦ ଥାପିଛନ୍ତି ଯୋଗାଣ ବିଭାଗ ଅଧିକାରୀ । ଚାକିରିରୁ ଅବସର ପରେ ଏବେ ବିଜେପି ସହ ରାଜ୍ୟର ହିତରେ ନିଜକୁ ସାମିଲ କରିବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି । ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ଅବସରପ୍ରାପ୍ତ ଯୋଗାଣ ଅଧିକାରୀ ରଞ୍ଜନ କୁମାର ସେଠ୍ । ରାଜ୍ୟ କାର୍ଯ୍ୟାଳୟରେ ସେଠଙ୍କୁ ଉତ୍ତରୀୟ ଏବଂ ଟୋପି ପିନ୍ଧାଇ ତାଙ୍କୁ ଦଳକୁ ସ୍ୱାଗତ କରାଯାଇଛି । ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଜୟନାରାଣ ମିଶ୍ର ରଞ୍ଜନ ସେଠଙ୍କୁ ସ୍ୱାଗତ ଜଣାଇଥିଲେ ।

ମୋଦି ସରକାରଙ୍କ ଉପରେ ବୃଦ୍ଧି ପାଉଛି ଜନସାଧାରଣଙ୍କ ଆସ୍ଥା ଓ ଭରସା । ତେବେ ଆଗାମୀ ଦିନରେ ଏହା ଓଡିଶାରେ ମଧ୍ୟ ଫଳପ୍ରଦ ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି ମୀର ମହାନ୍ତି । ଏହି ମିଶ୍ରଣ ପର୍ବରେ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର, ରାଜ୍ୟ ମୁଖପାତ୍ର ଠାକୁର ରଞ୍ଜିତ ଦାସ, କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଶ୍ ଆଚାର୍ଯ୍ୟା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, କୃଷକ ମୋର୍ଚ୍ଚ ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ, ବିଶ୍ୱଜିତ୍ ସ୍ୱାଇଁ, ହିତେଶ ମହାପାତ୍ର, ପୂର୍ବତନ ଜିଲ୍ଲା ପରିଷଦ ଚେୟାରମ୍ୟାନ ରାଧେଶ୍ୟାମ ବାରିକ ଓ ସିଦ୍ଧାର୍ଥଶଙ୍କର ପତି ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking