33.1 C
Bhubaneswar
Thursday, April 25, 2024
Homeଓଡିଶାସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା

ସରକାରୀ ଅଫିସରେ ନୂଆବର୍ଷ ପାଳନ ଉପରେ କଟକଣା

ଭୁବନେଶ୍ୱର:  ରାଜ୍ୟରେ ଓମିକ୍ରନ ସଂକ୍ରମଣର ମୁକାବିଲା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ବିଶେଷ କରି ନୂଆବର୍ଷରେ ଭିଡ କମାଇବା ପାଇଁ କିଛି କଟକଣା ଜାରି କରାଯାଇଛି । ଏ ପରିପ୍ରେକ୍ଷୀରେ ସରକାରୀ କାର୍ଯ୍ୟାଳୟ ଗୁଡିକରେ ଉପରେ ମଧ୍ୟ କୋରୋନା କଟକଣା ଜାରି ହୋଇଛି । ସରକାରୀ କାର୍ଯ୍ୟାଳୟରେ ନୂଆବର୍ଷ ପାଳନ ମନା ହୋଇଛି । ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଲୋକଙ୍କ ଯେପରି ଭିଡ ନ ହୁଏ, ସେଥିପାଇଁ ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । କେବଳ ଅନଲାଇନରେ ନୂଆବର୍ଷ ଶୁଭେଚ୍ଛା ଜଣାଇବାକୁ ସରକାରୀ କର୍ମଚାରୀଙ୍କୁ କୁହାଯାଇଛି । ଅଫିସରେ କୌଣସି ପ୍ରକାର ନୂଆବର୍ଷ ମେଳି ନ କରିବା ପାଇଁ ନିର୍ଦ୍ଦେଶ ରହିଛି । ଫୁଲତୋଡା ଶୁଭେଚ୍ଛା ଜଣାଇବା ଉପରେ ବି ଜାରି ହୋଇଛି କଟକଣା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking