38.8 C
Bhubaneswar
Friday, April 19, 2024
Homeଓଡିଶାନୀତି ଶେଖର ଅତିରିକ୍ତ ପୋଲିସ କମିଶନର

ନୀତି ଶେଖର ଅତିରିକ୍ତ ପୋଲିସ କମିଶନର

ଭୁବନେଶ୍ୱର: ବରିଷ୍ଠ ଆଇପିଏସ ସ୍ତରରେ ଛୋଟ ଧରଣର ଅଦଳବଦଳ କରିଛନ୍ତି ରାଜ୍ୟ ସରକାର । ନୀତି ଶେଖର କଟକ ଭୁବନେଶ୍ୱରର ଅତିରିକ୍ତ କମିଶନର ହୋଇଛନ୍ତି । ୨୦୦୭ ବ୍ୟାଚ ଆଇପିଏସ ଅଫିସର ହେଉଛନ୍ତି ନୀତି ଶେଖର । ଅତିରିକ୍ତ କମିଶନର ଥିବା ରେଖା ଲୋହାନୀଙ୍କୁ ପଦୋନ୍ନତି ପରେ ବଦଳି କରାଯାଇଛି । ସେହିଭଳି ଲୋହାନୀ ଏଡିଜି ମହିଳା ଓ ଶିଶୁ ଅପରାଧ ବିରୋଧୀ ୱିଙ୍ଗ ହୋଇଛନ୍ତି ।

୧୯୯୭ ବ୍ୟାଚର ଚାରି ଜଣ ଆଇପିଏସ ଅଧିକାରୀଙ୍କୁ ସରକାର ପଦୋନ୍ନତି ଦେଇଛନ୍ତି । କାରାଗାର ଆଇଜି ଦୀପ୍ତେଶ ପଟ୍ଟନାୟକ, ଭିଜିଲାନ୍ସ ଆଇଜି ଅସିତ କୁମାର ପାଣିଗ୍ରାହୀ, ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ ଡି ଏସ କୁଟ୍ଟେ ଏବଂ ଭୁବନେଶ୍ୱର-କଟକର ଅତିରିକ୍ତ ପୁଲିସ କମିସନର ରେଖା ଲୋହାନିଙ୍କୁ ଅତିରିକ୍ତ ଡିଜି ପାହ୍ୟାକୁ ପଦୋନ୍ନତି ମିଳିଛି ।
ଏହି ପଦୋନ୍ନତି ପରେ ଚାରି ଜଣ ଅଧିକାରୀଙ୍କୁ ନିଜ ନିଜ ପଦବିରେ କାର୍ଯ୍ୟ କରିବାକୁ କୁହାଯାଇଛି । ଏ ସମ୍ପର୍କରେ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ସେହିପରି ଗତକାଲି ପଦୋନ୍ନତି ପାଇଥିବା ୧୫ ଜଣ ଆଇପିଏସ ଅଧିକାରୀ ନିଜ ନିଜ ପଦବିରେ ପୂର୍ବ ପରି କାର୍ଯ୍ୟ କରିବେ । ଗତକାଲି ବଦଳି ହୋଇଥିବା ୪ ଆଇପିଏସ ଅଧିକାରୀ ଓ ୨ ଓପିଏସ ଅଧିକାରୀଙ୍କୁ ତୁରନ୍ତ ନିଜ ନୂଆ ପଦବିରେ ଯୋଗ ଦେବାକୁ ଗୃହ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking