27.1 C
Bhubaneswar
Tuesday, July 15, 2025
Homeବ୍ରେକୀଙ୍ଗକଲ୍ୟାଣପୁର ବସ୍ତିରେ ଜାଗା ମିଶନରେ ମିଳିଲା ଜାଗା

କଲ୍ୟାଣପୁର ବସ୍ତିରେ ଜାଗା ମିଶନରେ ମିଳିଲା ଜାଗା

ଯାଜପୁର: ଯାଜପୁର ସହରରୁ ବସ୍ତି ସମ୍ପୂର୍ଣ୍ଣ ଉଛେଦ ହେବ। ସମସ୍ତ ପରିବାରକୁ ସରକାରୀ ଜାଗା ସହିତ ସରକାରୀ ଘର ଯୋଗାଇ ଦିଆଯିବ । ଆଜି ଜାଗା ମିଶନ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଇ ସହରର କଲ୍ୟାଣପୁର ବସ୍ତି ଅଂଚଳର ୨୨ ଜଣଙ୍କୁ ୩୦ ସ୍କୋୟାର ମିଟର ଜାଗା ଯୋଗାଇ ଦିଆଯାଇଛି। ଏହି ଜାଗାରେ ହିତାଧିକାରୀ ମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଏବଂ ରାଜୀବ ଆବାସ ଯୋଜନା ରେ ଘର ମଧ୍ୟ ଯୋଗାଇଦିଆଯିବ। ଆଜି ଯାଜପୁର ପୌରପାଳିକା କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ରେ ଯୋଗ ଦେଇ ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଅଜୟ ମହାନ୍ତିଙ୍କ ସଭାପତିତ୍ୱରେ ଡ଼ିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ପୂର୍ବତନ ପୋୖରାଧକ୍ଷ ଭାବପ୍ରସାଦ ଦାସ ଯୋଗ ଦେଇ ହିତାଧିକାରୀଙ୍କୁ ଭୂମି ଯୋଗ୍ୟତା ପ୍ରମାଣ ପତ୍ର ବଣ୍ଟନ କରିଥିଲେ । ଏହି ଅବସରରେ ପୂର୍ବତନ ଉପାଧ୍ୟକ୍ଷ ସନ୍ତୋଷ ମଳିକ, ବୁଦ୍ଧିଜୀବୀ ଏବଂ ବରିଷ୍ଠ ନାଗରିକଙ୍କ ସମେତ ପୌରପାଳିକାର ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ। ହିତାଧିକାରୀ ମାନେ ଜାଗାମିଶନ ମାଧ୍ୟମରେ ଭୂମି ପ୍ରମାଣପତ୍ର ପାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ସ୍ଥାନୀୟ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking