38.1 C
Bhubaneswar
Friday, April 26, 2024
Homeଅପରାଧଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

ମୟୁରଭଞ୍ଜ : ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ ଅମରଦା ପଞ୍ଚାୟତ ଦଳେଇଡିହ ଜଙ୍ଗଲରେ ଅଜଣା ବ୍ୟକ୍ତିର ମୃତଦେହ ଠାବ । ମୃତଦେହ ପାଖାପାଖି ୧୦/୧୨ ଦିନ ତଳର ହେବ ବୋଲି ଅନୁମାନ କରୁଛି ପୋଲିସ । ତେବେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଥିବା ବେଳେ ଦୁର୍ବୃତ୍ତମାନେ ହତ୍ୟା କରିବା ପରେ ପ୍ରମାଣ ନଷ୍ଟ ଉଦ୍ଧେଶ୍ୟରେ ନିଛାଟିଆ ଜଙ୍ଗଲରେ ମାଟି ଓ ପତ୍ରରେ ପୋତି ପଳାଇଥିବା ପାରିପାର୍ଶ୍ବିକ ସ୍ଥିତିକୁ ନେଇ ଅନୁମାନ କରୁଛନ୍ତି ସ୍ଥାନୀୟ ଲୋକମାନେ । ତେବେ ଠାବ ହୋଇଥିବା ମୃତଦେହର ଅଣ୍ଟାରୁ ମୁଣ୍ଡ ପର୍ଯ୍ୟନ୍ତ ମାଟିରେ ପୋତି ହୋଇଥିବା ବେଳେ ତଳଭାଗ ଉପରକୁ ଖୋଲାଅଛି । ଉପର ଭାଗ ପଚିଯାଇ ଦୁର୍ଗନ୍ଧ ବାହାରୁଛି । ତେବେ କୌଣସି ସୂତ୍ରରୁ ଖବରପାଇ ଘଟଣାସ୍ଥଳରେ ରାସଗୋବିନ୍ଦପୁର ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରି ଅଧିକ ପ୍ରମାଣ ସଂଗ୍ରହ ପାଇଁ ସାଇଣ୍ଟିଫିକ ଟିମର ସହାୟତା ନେଇଛି । ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ।
https://onakhabar.com/2020/03/21/the-young-lady-was-hit-by-an-auto-driver/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking