29.1 C
Bhubaneswar
Wednesday, April 24, 2024
Homeଓଡିଶାଟିକେଟ ଫେରସ୍ତ ପାଇଁ କୋହଳ ହେଲା ନିୟମ

ଟିକେଟ ଫେରସ୍ତ ପାଇଁ କୋହଳ ହେଲା ନିୟମ

ଭୁବନେଶ୍ବର: ଜନତା କର୍ଫ୍ୟୁ ସମର୍ଥନରେ ରବିବାର ଦେଶବ୍ୟାପି ୩୭୦୦ ଟ୍ରେନର ପରିଚାଳନାକୁ ରଦ୍ଦ କରି ଦିଆଯାଇଛି । ଏଥିରେ ପାସେଞ୍ଜର ସହ ଦୂରଗାମୀ ମେଲ ଓ ଏକ୍ସପ୍ରେସ ଟ୍ରେନ ମଧ୍ୟ ସାମିଲ ଅଛି । ରେଳବାଇ ଅନୁସାରେ ଶନିବାର ଓ ରବିବାର ରାତି ୧୦ଟାରୁ କୌଣସି ଷ୍ଟେସନରୁ କୌଣସି ପାସେଞ୍ଜର ଅଥବା ଏକ୍ସପ୍ରେସ ଟ୍ରେନ ଛାଡ଼ିବ ନାହିଁ । ଆବଶ୍ୟକ ଅନୁସାରେ ଟ୍ରେନ ଚଳାଚଳ କରିବ । ରେଳବାଇ ବୋର୍ଡ ପ୍ରତି ରେଳ ଜୋନକୁ ଏହି ନିଷ୍ପତ୍ତି ନେବାକୁ ଅଧିକାର ଦେଇଛି ।
ରେଳ ଯାତ୍ରୀମାନଙ୍କୁ କରୋନା ସଂକ୍ରମଣକୁ ଆଖି ଆଗରେ ରଖି ଅଯଥା ରେଳ ଷ୍ଟେସନରେ ଭିଡ଼ ନ କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି । ବିଶେଷ କରି ଯେଉଁ ଲୋକ ଟିକେଟ୍ କାଉଣ୍ଟରରୁ ଟିକେଟ୍ ଫେରସ୍ତ ପାଇଁ ଷ୍ଟେସନକୁ ଆସୁଛନ୍ତି ସେମାନଙ୍କ ଉଦ୍ଦେଶ୍ୟରେ ଭାରତୀୟ ରେଳବାଇ ପକ୍ଷରୁ ଏହି ପରାମର୍ଶ ଦିଆଯାଇଛି । ଏଥିଲାଗି ଟିକେଟ୍ ଫେରସ୍ତ ନିୟମକୁ କୋହଳ କରାଯାଇଛି । ତାହା ଅନୁଯାୟୀ ମାର୍ଚ୍ଚ ୨୧ ତାରିଖରୁ ଏପ୍ରିଲ୍ ୧୫ ତାରିଖ ଭିତରେ ଯେଉଁ ଟ୍ରେନ୍ ବାତିଲ୍ ହୋଇଛି, ସେହି ଟ୍ରେନର ଯାତ୍ରୀମାନେ ଯାତ୍ରା ତାରିଖଠାରୁ ୪୫ ଦିନ ପର୍ଯ୍ୟନ୍ତ ଟିକେଟ୍ ଦାଖଲ କରି କାଉଣ୍ଟରରେ ଟଙ୍କା ଫେରସ୍ତ ନେଇପାରିବେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking