ଭୁବନେଶ୍ୱର : ରେରା ଆଇନରେ ହୋଇପାରେ ସଂଶୋଧନ । ଓଡିଶା ଡେଭଲପମେଣ୍ଟ ଆଇନ ସଂଶୋଧନ ହେବ । ଏନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି । ନିର୍ଦ୍ଦିଷ୍ଟ କାମ ପାଇଁ ନିର୍ଦ୍ଦିଷ୍ଟ ଆଇନ କହିବା କଥା । ଯେଉଁ ଆଇନ ଅଛି ଆଜି ତାର ଆବଶ୍ୟକତା ନାହିଁ । ରେଜଷ୍ଟ୍ରେସନ ଫି ଦୁଇଥର ନହୋଇ ଥରେ ହେବ । କେଉଁ ସ୍ତରରେ ହେବ ତାହା ପରୀକ୍ଷା କରାଯିବ । ଆପାର୍ଟମେଣ୍ଟ ରେଜଷ୍ଟ୍ରେସନକୁ ନେଇ ସମସ୍ୟା ଅଛି । ନିୟମାବଳୀ ପ୍ରସ୍ତୁତ କରି ନୋଟିଫିକେସନ କରାଯିବ । ସୁବିଧା ପାଇଁ ଦେଇଥିବା ପ୍ରତିଶ୍ରୁତି ୟୁଜର ପାଳନ କରିବ । ରେରା ଆଇନ ଏବଂ ଓଡିଏ ସଂଶୋଧନ କରାଯିବ । ପାର୍ଟ ପ୍ଲଟ ଆକାରରେ ଜମିବିକ୍ରି କଟକଣା ଉଠିବ । ୫ ହଜାର ସ୍କୋୟାର ଫିଟ ପରିସୀମା ଜମିକୁ ଗୁରୁତ୍ୱ ଦିଆଯିବ ।ଆହୁରି କହିଛନ୍ତି , ଭୂମିହୀନଙ୍କ ଘର ତିଆରି ପାଇଁ ଜାଗା ଦେବେ ସରକାର । ୪ ଡିସିମିଲରୁ କମ ଜମିଥିଲେ ଭୂମିହୀନ ଭାବେ ଗ୍ରହଣ କରାଯିବ ।