ନୂଆଦିଲ୍ଲୀ : ଜମ୍ମୁ କଶ୍ମୀରର ପହଲଗାମରେ ଗତବର୍ଷ ଏପ୍ରିଲ ୨୨ ତାରିଖରେ ଘଟିଥିବା ଆତଙ୍କବାଦୀ ଆକ୍ରମଣ ଘଟଣକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନେପକାଇଛନ୍ତି। ପହଲଗାମ ଆକ୍ରମଣର ପ୍ରଥମ ବାର୍ଷିକୀ ଅବସରରେ ସେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଲେଖିଛନ୍ତି, ଗତବର୍ଷ ଆଜିର ଦିନରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ନିର୍ଦ୍ଦୋଷ ଲୋକଙ୍କୁ ମୁଁ ମନେ ପକାଉଛି। ସେମାନଙ୍କୁ କେବେ ଭୁଲି ହେବ ନାହିଁ। ଏହି ଦୁଃଖର ମୁହୂର୍ତ୍ତରେ ମୋର ସମବେଦନା ପୀଡିତ ପରିବାର ସହିତ ଅଛି। ଏକ ରାଷ୍ଟ୍ର ଭାବରେ ଆମେ ଦୁଃଖ ଏବଂ ଦୃଢ଼ ସଂକଳ୍ପରେ ଏକ। ଭାରତ କେବେବି କୌଣସି ପ୍ରକାରର ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇବ ନାହିଁ। ଆତଙ୍କବାଦୀଙ୍କ ଘୃଣ୍ୟ ଯୋଜନା କେବେବି ସଫଳ ହେବ ନାହିଁ।










