37.1 C
Bhubaneswar
Saturday, May 18, 2024
Homeସାଧାରଣତନ୍ତ୍ର ଦିବସ -2023ସାଧାରଣତନ୍ତ୍ର ଦିବସ ପରେଡ: ଜନତାଙ୍କ ପାଇଁ ୩୨ ହଜାର ଅନ୍‌ଲାଇନ୍ ଟିକଟ

ସାଧାରଣତନ୍ତ୍ର ଦିବସ ପରେଡ: ଜନତାଙ୍କ ପାଇଁ ୩୨ ହଜାର ଅନ୍‌ଲାଇନ୍ ଟିକଟ

ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ଚଳିତମାସ ୨୬ରେ ଦିଲ୍ଲୀର ରାଜପଥ (କର୍ତ୍ତବ୍ୟ ପଥ)ରେ ଭବ୍ୟ ପରେଡ୍ ଆୟୋଜିତ ହେବାକୁ ଯାଉଛି । ଏହି ପରେଡ୍ ଉପଭୋଗ କରିବାକୁ ସାଧାରଣ ଜନତାଙ୍କ ପାଇଁ ୩୨,୦୦୦ ଟିକଟ ବ୍ୟବସ୍ଥା କରାଯାଇଛି । ଏହି ଟିକଟ କେବଳ ଅନ୍‌ଲାଇନରେ ବିକ୍ରି କରାଯିବ ବୋଲି ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ଏବର୍ଷ ପ୍ରଥମ ଥର ପାଇଁ ସବୁ ଭିଆଇପି ଓ ସରକାରୀ ଅଧିକାରୀଙ୍କ ନିକଟକୁ ଅନଲାଇନରେ ନିମନ୍ତ୍ରଣ ପତ୍ର ପଠାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ଏଭିନ୍ୟୁ ନିର୍ମିତ ହେଉଥିବାବେଳେ ଏବର୍ଷର ପରେଡ୍ ଅଧିକ ଆକର୍ଷଣୀୟ ହେବ ବୋଲି ଆଶା କରାଯାଉଛି ।

ପ୍ରତିବର୍ଷ ଭଳି ଏଥର ଜାନୁଆରୀ ୨୩ (ନେତାଜୀ ଜୟନ୍ତୀ)ରୁ ୩୧ ପର୍ଯ୍ୟନ୍ତ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ ବୋଲି ପ୍ରତିରକ୍ଷା ସଚିବ ଗିରିଧର ଅରମାନେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପୁନଶ୍ଚ ସେଣ୍ଟ୍ରାଲ ଭିଷ୍ଟା ପ୍ରକଳ୍ପରେ କାର୍ଯ୍ୟରେ ନିୟୋଜିତ ସବୁ କର୍ମଚାରୀ, ସେମାନଙ୍କ ପରିବାରବର୍ଗ, କର୍ତ୍ତବ୍ୟ ପଥ ନିର୍ମାଣରେ ନିୟୋଜିତ କର୍ମଚାରୀ, ପରିବା ବିକ୍ରେତା, ମିଲ୍‌କ ବୁଥ୍ କର୍ମଚାରୀ, ଗ୍ରୋସରୀ ଦୋକାନୀ ଏବଂ ରିକ୍ସା ଚାଳକଙ୍କୁ ପରେଡ୍ ଦେଖିବାକୁ ସ୍ୱତନ୍ତ୍ରଭାବେ ଆମନ୍ତ୍ରଣ କରାଯିବ ବୋଲି ଜଣାପଡିଛି । କୋଭିଡ୍ ପୂର୍ବରୁ ଲକ୍ଷାଧିକ ଲୋକ ଦିଲ୍ଲୀ ପରେଡ୍ ଦେଖୁଥିଲେ । ତେବେ କୋଭିଡ୍ ସମୟରେ ଏହି ସଂଖ୍ୟାକୁ ଯଥେଷ୍ଟ କାଣ୍ଟ୍‌ଛାଣ୍ଟ୍ କରାଯାଇଥିଲା । ଏବର୍ଷ ମୋଟ ୪୨ ହଜାର ଲୋକଙ୍କୁ ଏହି ସୁଯୋଗ ମିଳିବ । ଏମାନଙ୍କ ମଧ୍ୟରୁ ୧୦ ହଜାର ପାସ୍‌ଧାରୀ ହୋଇଥିବାବେଳେ ଅବଶିଷ୍ଟ ୩୨ ହଜାର ଲୋକଙ୍କ ପାଇଁ ଟିକଟ ବ୍ୟବସ୍ଥା କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking