26.1 C
Bhubaneswar
Tuesday, July 29, 2025
Homeଦେଶ ବିଦେଶକୋଟିପତି କଲା ଖେଳଣା ବ୍ୟବସାୟ, କ୍ୟାବ ଚାଳକଙ୍କ ପତ୍ନୀ ଏବେ ବିଶ୍ୱ ଧନ୍ୟ ତାଲିକାରେ ସାମିଲ

କୋଟିପତି କଲା ଖେଳଣା ବ୍ୟବସାୟ, କ୍ୟାବ ଚାଳକଙ୍କ ପତ୍ନୀ ଏବେ ବିଶ୍ୱ ଧନ୍ୟ ତାଲିକାରେ ସାମିଲ

ନୂଆଦିଲ୍ଲୀ: ଯାହା ବାସ୍ତବରେ ଅଦୃଶ୍ୟ ରହିଥାଏ ତାହା ସ୍ୱପ୍ନ । ଯାହାକୁ ଅନୁଭବ କରାଯାଇପାରେ ନାହିଁ ତାହା ଇଚ୍ଛା । ଯାହାକୁ ପାଇବାକୁ ସମସ୍ତ ବାଧାବିଘ୍ନକୁ ପଛରେ ପକାଇ ଦିଆଯାଏ ତାହା ହେଉଛି ସଫଳତା । ସଫଳତା କାହାକୁ ପରିବାର ସତ୍ତାରୁ ମିଳିଛି ତ କାହାକୁ ଲଟେରୀ ଉଠାଣରୁ ମିଳିଛି । ହେଲେ ବାସ୍ତବ ସଫଳତା ସେହିମାନଙ୍କୁ ମିଳିଛି ଯେଉଁମାନେ ଜୀବନର ସଜ୍ଞାକୁ କେବଳ ସଂଘର୍ଷ ବୋଲି ଧରିନେଇଛନ୍ତି । ଦେଶର ମହିଳାମାନଙ୍କୁ ରାଜନୀତିରେ ୩୩ ପ୍ରତିଶତ ସଂରକ୍ଷଣ ମିଳିବ ବୋଲି ସରକାର ସଂସଦରେ ବିଲ୍ ପାରିତ କରିଛନ୍ତି । ଏହାକୁ ନେଇ ମହିଳାମାନେ ଉତ୍ସବ ମନାଇଥିଲେ । ହେଲେ ବିନା ସଂରକ୍ଷଣରେ ଯେ ଜଣେ ମହିଳା ନିଜକୁ ସଫଳ ବୋଲି ପ୍ରତିପାଦିତ କରିପାରିବ ତାହାର ଉଦହରଣ ସାଜିଛନ୍ତି ଜଣେ କ୍ୟାବ ଡ୍ରାଇଭରଙ୍କ ପତ୍ନୀ । ଦେଶରେ ଧନୀ ଲୋକମାନଙ୍କ ସଂଖ୍ୟା ବଢିବାରେ ଲାଗିଛି । ଫୋବର୍ସ କିଛିଦିନ ତଳେ ଭାରତର ପ୍ରମୁଖ ୧୦୦ ଧନୀ ଲୋକଙ୍କ ତାଲିକା ଜାରି କରିଛି । ଏଥିରେ ଏଥର ଅନେକ ନୂଆ ଲୋକଙ୍କ ନାମ ଯୋଡି ହୋଇଛି । ସବୁଠାରୁ ବଡ କଥା ହେଉଛି ଏହି ତାଲିକାରେ ଅନେକ ମହିଳାଙ୍କ ନାମ ସ୍ଥାନ ପାଇଛି । ଏହି ନାମ ଭିତରୁ ଅନ୍ୟତମ ହେଉଛନ୍ତି ରେଣୁକା ଜଗତିଆନୀ । ରେଣୁକାଙ୍କ କାହାଣୀ ଆପଣଙ୍କୁ ଆଶ୍ଚର୍ୟ୍ୟ କରିଦେବ । ତାଙ୍କ ସ୍ୱାମୀ ଜଣେ କ୍ୟାବ୍ ଡ୍ରାଇଭର ଥିଲେ । ହେଲେ ରେଣୁକାଙ୍କ ନାମ ଆଜି ଫୋବର୍ସ ଧନୀ ତାଲିକାରେ ପ୍ରକାଶ ପାଇଛି । ଆସନ୍ତୁ ଜାଣିବା ତାଙ୍କ ବାବଦରେ —-
ରେଣୁକା ଜଗତିଆନୀ ଭାରତୀୟ ଧନୀ ତାଲିକାରେ ୪୪ ତମ ସ୍ଥାନରେ ରହିଛନ୍ତି । ତାଙ୍କର ମୋଟ ସମ୍ପତ୍ତି ୩୯,୯୨୧ କୋଟି ଟଙ୍କା ବୋଲି ଦର୍ଶାଯାଇଛି । ଆଜି ହୁଏତ ରେଣୁକା ଭାରତୀୟ ଧନୀ ତାଲିକାରେ ଏକ ସମ୍ମାନଜନକ ସ୍ଥାନରେ ପହଂଚିପାରିଛନ୍ତି ହେଲ ଏହି ସ୍ଥାନରେ ପହଂଚିବା ପଛରେ ତାଙ୍କର କେତେ ଯେ ସଂଘର୍ଷ ରହିଛି ତାହା ଏହି କଥାରୁ ଅନୁମାନ କରାଯାଇପାରିବ । ଗୋଟିଏ ସମୟ ଥିଲା ଯେତେବେଳେ ରେଣୁକାଙ୍କ ଦିବଙ୍ଗତ ସ୍ୱାମୀ ମିକି ଜଗତିଆନି ଜଣେ କ୍ୟାବ ଡ୍ରାଇଭର ଭାବେ କାର୍ୟ୍ୟ କରୁଥିଲେ । ୧୯୭୦ ଦଶକରେ ମିକି ଲଣ୍ଡନରେ ଜଣେ କ୍ୟାବ୍ ଡ୍ରାଇଭର ଭାବେ କାର୍ୟ୍ୟ କରୁଥିଲେ । ସେଠାରୁ ସେ ପ୍ରଥମେ ବାହାରିନ ଓ ପରେ ଦୁବାଇ ପଳାଇଆସିଥିଲେ । ଏହି ସମୟ ଭିତରେ ସେ ବ୍ୟବସାୟର ଏକ ବଡ ସାମ୍ରାଜ୍ୟ ପ୍ରତିଷ୍ଠା କରିଥିଲେ । ଏହି ବ୍ୟବସାୟ ସାମ୍ରାଜ୍ୟ ପ୍ରଥମରୁ ସମ୍ଭାଳୁଥିଲେ ପତ୍ନୀ ରେଣୁକା ।
ମିକି ଓ ରେଣୁକା ବାହାରିନରେ ଏକ ଖେଳନା ଦୋକାନରେ କାମ କରିବା ଆରମ୍ଭ କରିଥିଲେ । ଦୀର୍ଘ ୧୦ ବର୍ଷ ଧରି ସେ ଜଣେ ସଂପର୍କୀୟଙ୍କ ଖେଳନା ଦୋକାନରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ । ଏହି ୧୦ ବର୍ଷ ମଧ୍ୟରେ ସେ ସଂଚୟ କରିଥିବା ଟଙ୍କାରେ ୬ଟି ଖେଳନା ଦୋକାନ ଖୋଲିଥିଲେ । ଏହାପରେ ସେମାନେ ଦୁବାଇ ପଳାଇଆସି ନିଜର ଲ୍ୟାଣ୍ଡମାର୍କ ଗ୍ରୁପ ଆରମ୍ଭ କରିଥିଲେ । ଏହାରି ଭିତରେ ରେଣୁକାଙ୍କ ସ୍ୱାମୀ ମିକିଙ୍କର ଦେହାନ୍ତ ହୋଇଯାଇଥିଲା ।
ଏହି ବ୍ୟବସାୟରେ ରେଣୁକା ଏତେ ଲାଭ କରିଥିଲେ ଯେ ୨୧ଟି ଦେଶରେ କମ୍ପାନୀର ୨୨ ଶହ ଷ୍ଟୋର ଖୋଲିସାରିଥିଲେ । ଦୁବାଇରେ ବିଶେଷ ଭାବେ ବ୍ୟବସାୟ କରୁଥିବା ରେଣୁ ଭାରତରେ ନିଜର ବ୍ୟବସାୟ ବୃଦ୍ଧି କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ । ଫୋବର୍ସ ରିପୋର୍ଟ ମୁତାବକ ୧୯୯୯ ରେ ରେଣୁକା ଭାରତରେ ନିଜର ବ୍ୟବସାୟ ଆରମ୍ଭ କରିଥିଲେ । ଏବେ ଭାରତରେ ଲ୍ୟାଣ୍ଡମାର୍କ ଗ୍ରୁପର ୯୦୦ରୁ ଅଧିକ ଷ୍ଟୋର ରହିଛି । ଏହା ସହିତ ଲ୍ୟାଣ୍ଡମାର୍କ ଗ୍ରୁପର ହୋଟେଲ ବ୍ୟବସାୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking