28.1 C
Bhubaneswar
Monday, May 13, 2024
Homeଦେଶ ବିଦେଶଜିଓ ଓ ଗୁଗୁଲ ଆଣିଲେ ନୂଆ ସ୍ମାର୍ଟଫୋନ

ଜିଓ ଓ ଗୁଗୁଲ ଆଣିଲେ ନୂଆ ସ୍ମାର୍ଟଫୋନ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ୪୪ତମ ବାର୍ଷିକ ସାଧାରଣ ସଭାରେ ଚେୟାରମ୍ୟାନ ମୁକେଶ ଅମ୍ବାନୀ ରିଲାଏନ୍ସ ଜିଓ ଓ ଗୁଗୁଲ ସହଭାଗିତାରେ ବନିଥିବା ନୂଆ ସ୍ମାର୍ଟଫୋନ  ଜିଓଫୋନ-ନେକ୍ସଟ ର ଘୋଷଣା କରିଛନ୍ତି । ନୂଆ ସ୍ମାର୍ଟଫୋନ ଜିଓ ଓ ଗୁଗୁଲ ଫିଚର୍ସ ଓ ଆପ୍ ଲେସ ହେବ । ଆଣ୍ଡ୍ରଏଡ ବେସଡ ଏହି ସ୍ମାର୍ଟଫୋନ ଅପରେଟିଂ ସିଷ୍ଟମ ଜିଓ ଓ ଗୁଗୁଲ ମିଳିତ ଭାବରେ ବିକଶିତ କରିଛନ୍ତି ।  ମୁକେଶ ଅମ୍ବାନୀ ଘୋଷଣା କରି କହିଛନ୍ତି ଯେ , ନୂଆ ସ୍ମାର୍ଟଫୋନ ଜଣେ ସାଧାରଣ ଜନତାର ଟଙ୍କା ସୁହାଇବା ଭଳି ପ୍ରସ୍ତୁତ ହୋଇଛି । ୧୦ ସେପ୍ଟେମ୍ବର ଅର୍ଥାତ ଗଣେଷ ଚତୁର୍ଥୀ ରୁ ବଜାରରେ ଉପଲବ୍ଧ ହେବ ।

ଭାରତୀୟ ବଜାର ପାଇଁ ବିଶେଷ ଭାବରେ ପ୍ରସ୍ତୁତ କରାଯାଇଥିବା ଜିଓଫୋନ-ନେକ୍ସଟ ସ୍ମାର୍ଟଫୋନ ଉପରେ ବ୍ୟବହାରକାରୀ ଗୁଗୁଲ ପ୍ଲେ ରୁ ବି ଆପ୍ସ ଡାଉଲନୋଡ କରିପାରିବେ । ସ୍ମାର୍ଟଫୋନରେ ଉନ୍ନତ ଧରଣର କ୍ୟାମେରା ଓ ଆଣ୍ଡ୍ରଏଡ ଅପଡେଟ ବି ମିଳିବ । ସବୁ ଫିଚର୍ସ ଥିବା ଏହି ସ୍ମାର୍ଟଫୋନକୁ ମୁକେଶ ଅମ୍ବାନୀ କେବଳ ଭାରତର ନୁହେଁ ଦୁନିଆର ସବୁଠୁ ଶସ୍ତା ସ୍ମାର୍ଟଫୋନ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking