ଭୁବନେଶ୍ୱର: ଚିଟଫଣ୍ଡ କ୍ଷତିଗ୍ରସ୍ତ ପାଇଁ ପୁଣି ସମୟ ଦେଲେ ରାଜ୍ୟ ସରକାର । ମାର୍ଚ୍ଚ ୩୧ ଯାଏଁ ଜାରି ରହିବ ଟଙ୍କା ଫେରସ୍ତ ପ୍ରକ୍ରିୟା । ଜାନୁଆରୀ ୩୧ ଅବଧିକୁ ମାର୍ଚ୍ଚ ୩୧ ଯାଏଁ ବଢେଇଲେ ରାଜ୍ୟ ସରକାର । ୮ରୁ ୧୦ ହଜାର କ୍ଷୁଦ୍ର ଜମାକାରୀଙ୍କୁ ଟଙ୍କା ଦେଉଛନ୍ତି ରାଜ୍ୟ ସରକାର । ପ୍ରମାଣପତ୍ର ଦେଇ ଆରଆଇଙ୍କ ନିକଟରେ କରିହେବ ଆବେଦନ । ଆବେଦନର ୧୫ ଦିନ ଭିତରେ ଟଙ୍କା ଫେରିପାଇବେ ଜମାକାରୀ ।










