38.8 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗପୁନରୁଦ୍ଧାର ଓ ବକେୟା ଦରମା ପ୍ରଦାନ ନିମନ୍ତେ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା

ପୁନରୁଦ୍ଧାର ଓ ବକେୟା ଦରମା ପ୍ରଦାନ ନିମନ୍ତେ ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା

ଯାଜପୁର : ନୀଳାଚଳ ଇସ୍ପାତର ପୁନରୁଦ୍ଧାର ଓ ବକେୟା ଦରମା ପ୍ରଦାନ ନିମନ୍ତେ ମହାମହିମ ଓଡ଼ିଶା ରାଜ୍ୟପାଳଙ୍କ ନିର୍ଦ୍ଦେଶନାମା । ନୀଳାଚଳ ବଞ୍ଚାଅ ମିଳିତ ମଞ୍ଚ ତରଫରୁ ନୀଳାଚଳ ଇସ୍ପାତକୁ ସରକାର ନିଜ ନିୟନ୍ତ୍ରଣରେ ରଖି କାର୍ଯ୍ୟକ୍ଷମ କରିବା , ନିୟମିତ ଓ ବକେୟା ଦରମା ପ୍ରଦାନ କରିବା ପାଇଁ ମହାମହିମ ଓଡ଼ିଶା ରାଜ୍ୟପାଳଙ୍କ ନିକଟରେ ଅନୁରୋଧ ସହ ଅଭିଯୋଗ ପତ୍ର ଦାୟର କରାଯାଇଥିଲା । ଓଡ଼ିଶାର ବୃହତ ସ୍ଵାର୍ଥ , ପ୍ରତ୍ୟକ୍ଷ ଓ ପରୋକ୍ଷରେ ନିର୍ଭଶୀଳ ଦଶ ହଜାର ପରିବାରଙ୍କ ଜୀଵନ ଜୀବିକାକୁ ବିଚାରକୁ ନିଆଯାଇ ନୀଳାଚଳ ଇସ୍ପାତକୁ ତୁରନ୍ତ ଚାଲୁ କରି ବକେୟା ଓ ନିୟମିତ ଦରମା ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କ ଇସ୍ପାତ ଓ ଖଣି ମନ୍ତ୍ରାଳୟକୁ ନିର୍ଦ୍ଦେଶନାମା ଜାରିକରିବା ସହ କାର୍ଯ୍ୟକାରିତା ସମ୍ପର୍କୀୟ ତଥ୍ୟ ଦେବାକୁ ଦର୍ଶାଇଛନ୍ତି । କେନ୍ଦ୍ର ଇସ୍ପାତ ମନ୍ତ୍ରାଳୟକୁ ନକଲ ପଠାଇଥିବାର ସୂଚନା ମିଳିଛି । ନୀଳାଚଳ ଇସ୍ପାତର ସମସ୍ୟା ସମାଧାନ ଉପରେ ବିଳମ୍ବ କିମ୍ବା ଅବହେଳା କରାଗଲେ ପୁନଶ୍ଚ ଅଭିଯୋଗ ଫର୍ଦ୍ଦ (Grievance Petition )ଦାଖଲ କରିବାକୁ ନୀଳାଚଳ ମିଲିତ ମଞ୍ଚକୁ ଚିଠିରେ ଦର୍ଶାଇଛନ୍ତି ।।। ମହାମହିମ ରାଜ୍ୟପାଳଙ୍କୁ ସମସ୍ତ କର୍ମଚାରୀ ଏବଂ ମିଲିତ ମଞ୍ଚ ତରଫରୁ ଆବାହକ ରଞ୍ଜନ କୁମାର ନାୟକ ,ବାବୁଲି ପୂର୍ତ୍ତି ,ମହିରାମ ପୂର୍ତ୍ତି , ବିଜୟ ମହାନ୍ତ ,ଦେବେନ୍ଦ୍ର ନାଥ ଦାସ , ବିଜୟ ମହାରଣା ,ଗିରିଧାରୀ ବେହେରା ,ମନରଞ୍ଜନ ମହାନ୍ତ ,ଦୀପକ ସାହୁ ,ସନ୍ତୋଷ ସ୍ଵାଇଁ ,ରମେଶ ଭୂୟାଁ ଓ ଅନିଲ ପଟ୍ଟନାୟକ ଆଦି କର୍ମକର୍ତ୍ତାମାନେ ସ୍ୱାଗତ ଜଣାଇବା ସହିତ କୃତଜ୍ଞତା ଜ୍ଞାପନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking