ଲକ୍ଷେ ଶିବ ପୂଜି ପାଇଥିଲି ପୁଅ

ଢେଙ୍କାନାଳ: ଲକ୍ଷେ ଶିବ ପୁଜିପାଇଥିଲି ପୁଅ ହେଲେ ପୁଅ ଚାହିଁଲା ନାହିଁ ମୋ ମୁହଁ। ଏପରି ଗୋଟିଏ ନୁହେଁ ୨ ଦୁଇଟି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅଞ୍ଚଳରେ। ଦିନକୁଦିନ ସମାଜରେ ଲୋପପାଉଛି ମାନବିକତା ଅସୁରବନ୍ଧ ପାଟଣା ଗ୍ରାମରେ ଦୋଳ ସାହୁ( ୮୦)ବର୍ଷ, ସ୍ତ୍ରୀ ଜହ୍ନ ସାହୁ (୭୦ )ବର୍ଷ । ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରିଥାଆନ୍ତି । ଦୋଳ ସାହୁଙ୍କ ବିବାହ ପରେ ଲଗାତାର କୁଳକୁ ଆସିଥିଲେ ଚାରୋଟି ଝିଅ ପରେ ଏକମାତ୍ର ପୁଅ। ଏକ ମାତ୍ର ପୁଅ ଭ୍ରମର ବଡ ହେଲାପରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ କଲିକତାରେ ଯାଇ କାମଧନ୍ଦା କରିଥିଲେ । ହସିଲା ପୁରିଲା ପରିବାର ଚାରି ଝିଅଙ୍କର ବିବାହ କାର୍ଯ୍ୟ ସାରି ପୁଅକୁ ମଧ୍ୟ ହାତକୁ ଦୁଇ ହାତ କରିଥିଲେ । କିନ୍ତୁ କିଛି ବର୍ଷ ପରେ ପରିବାରରେ କାହାର ନଜର ଲାଗିଯାଇଥିଲା । ପୁଅ ଭ୍ରମର ଅଧିକାଂଶ ଦିନ କଲିକତାରେ ରହୁଥିଲେ । ତେଣୁ ଘର କଥା ବେଶି ଜାଣି ପାରୁ ନଥିଲେ । ଶାଶୁ ଶଶୁରଙ୍କ ସହିତ ବୋହୁ ରଶ୍ମିତାଙ୍କର ପ୍ରାୟ ସମୟ ଝଗଡା ହୁଏ । ଏପରି ଖବର ପାଇ ଭ୍ରମର କଲିକତାରୁ ଆସି ବାପାମାଆଙ୍କୁ ଘରୁ ବାହାର କରିଦେଇଥିଲା । ସେହିପରି ଅନ୍ୟ ପଟେ ବାରୁଆଁ ପଚାଂୟତରର କଂସରଗୋଡା ଗ୍ରାମର କାର୍ତିକ ପାତ୍ର (୭୦) ଭୁବନ ଥାନାରେ ଅଭିଯୋଗ କରିଛନ୍ତି । ବୋହୁ ପ୍ରରୋଚନାରେ ସାନ ପୁଅ ବେଣୁଧର ପାତ୍ର (୨୮) ଏକ କାଠ ଫାଳିଆରେ ପିଟି ଦେବାରୁ କାର୍ତ୍ତିକର ମୁଣ୍ଡ ଫାଟିଯାଇଛି ଗୋଡରେ ମାଡ ହୋଇ ଥିବାରୁ ଚାଲି ପାରୁନାହାନ୍ତି । ଭୁବନ ଥାନାରେ ୨ଟି ଅଭିଯୋଗ ପରେ ଥାନାବାବୁ ୨ ପୁଅଙ୍କୁ ବାନ୍ଧି ନେଇଛି । ତଥାପି ବାପାର ମନ ବେଣୁଧରଙ୍କୁ ଭୁବନ ପୋଲିସ ଧରି ନେବା ବେଳେ କହିଲେ ଥାନାବାବୁ ମୋ ପୁଅକୁ ମାରିବନି ଛୁଆଟା ସ୍ତ୍ରୀ କଥାରେ ପଡି ମୋତେ ମାରିଦେଇଛି ଯାହେଲେ ବି ସେ ମୋ ପୁଅ। ଥାନାବାବୁ ୨ ପୁଅଙ୍କୁ କୋ

LEAVE A REPLY

Please enter your comment!
Please enter your name here