28.1 C
Bhubaneswar
Sunday, September 8, 2024
Homeଓଡିଶାତାତିରୁ ମିଳିବ ଆଶ୍ୱସ୍ତି

ତାତିରୁ ମିଳିବ ଆଶ୍ୱସ୍ତି

ଭୁବନେଶ୍ୱର : ଆଜିଠୁ ୪ରୁ ୫ ଦିନ ପର୍ୟ୍ୟନ୍ତ ଉତ୍ତର ଓଡିଶାର ଅଧିକାଂଶ ସ୍ଥାନରେ ହାଲୁକା ବର୍ଷା ହୋଇପାରେ । ଆଜି ଉତ୍ତର ଓ ଉପକୂଳ ଓଡ଼ିଶାରେ କିଛି ଜିଲ୍ଲାରେ ବର୍ଷା ହୋଇପାରେ । ୨୩ ଓ ୨୪ ତାରିଖରେ ଉପକୂଳ ଓଡ଼ିଶା ସମେତ ପାଶ୍ୱର୍ବର୍ତୀ ଜିଲ୍ଲା ଏବଂ ୨୫ ଓ ୨୬ ତାରିଖରେ ଆଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଗତକାଲି ରାଜଧାନୀରେ ଦିନର ତାପମାତ୍ରା ୩୬.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ସେହିଭଳି ରାଜ୍ୟର ଅନ୍ୟ ୧୫ଟି ସହରରେ ପାରଦ ୩୫ ଡିଗ୍ରୀ ଉପରେ ରହିଥିଲା । ତାପମାତ୍ରା ବୃଦ୍ଧିକୁ ଦେଖି ଏସଆରସି ପକ୍ଷରୁ ସତର୍କ କରାଯାଇଛି । ଅଂଶୁଘାତରେ ଯେପରି କାହାର ମୃତ୍ୟୁ ନହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସେହିପରି ସକାଳ ସମୟରେ ଅଙ୍ଗନବାଡି ଖୋଲିବାକୁ ବ୍ୟବସ୍ଥା ହୋଇଛି । ଗ୍ରୀଷ୍ମ ପ୍ରବାହକୁ ରୋକିବା ଓ ଏହାର ମୁକାବିଲା ପାଇଁ ଜନ ସଚେତନତା ସୃଷ୍ଟି କରିବା, ଜଳ ଯୋଗାଣ ସୁନିଶ୍ଚିତ କରିବା, ଦିନକାଳୀନ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରିବା ଆଦି ବିଭିନ୍ନ ପଦକ୍ଷେପ ନେବାକୁ ଏସଆରସି ଜିଲ୍ଲା ପ୍ରଶାସନକୁ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking