27.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେଜ୍ରିୱାଲ୍‌ଙ୍କୁ ସପ୍ତମଥର ସମନ ପଠାଇଲା ଇଡି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ କେଜ୍ରିୱାଲ୍‌ଙ୍କୁ ସପ୍ତମଥର ସମନ ପଠାଇଲା ଇଡି

ନୂଆଦିଲ୍ଲୀ : ଅବକାରୀ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସପ୍ତମ ଥର ପାଇଁ ସମନ ପଠାଇଛି। କେଜ୍ରିୱାଲଙ୍କୁ ଇଡି ପୂର୍ବରୁ ୬ଥର ସମନ ପଠାଇଛି, କିନ୍ତୁ କୌଣସି ଥର ବି ଇଡିରେ ହାଜର ହୋଇନାହାଁନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ। ବର୍ତ୍ତମାନ ସପ୍ତମ ସମନ ଜାରି ହେବା ସହିତ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ଆହୁରି ବଢିଯାଇଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଫେବ୍ରୁଆରି ୨୬ ସୋମବାର ହାଜର ହେବାକୁ ସମନରେ କହିିଛି। ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ପଚରାଉଚରା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ପୂର୍ବରୁ ୬ ଥର ସମନ କରିସାରିଛି। କିନ୍ତୁ ସମନକୁ ବେଆଇନ ବୋଲି କହି ଡାକରାକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଏଡ଼ାଇ ଯାଇ ସାରିଛନ୍ତି। ପ୍ରତିଥର ବିବୃତିରେ ଆପ୍‌ ଦୋହରାଇଥିଲା ଯେ କେଜ୍ରିୱାଲଙ୍କ ନିକଟକୁ ପଠାଯାଇଥିବା ସମନ ବେଆଇନ ଏବଂ ଏହି ମାମଲା ବର୍ତ୍ତମାନ କୋର୍ଟରେ ଅଛି।ଅନ୍ୟପଟେ ଯେତେବେଳେ ଷଷ୍ଠ ସମନ ଜାରି କରାଯାଇଥିଲା, ସେତେବେଳେ ଦିଲ୍ଲୀ ସିଏମ୍ ଅରବିନ୍ଦ କେଜ୍ରିୱାଲ କହିଥିଲେ ଯେ ଆମେ ଆଇନ ଅନୁଯାୟୀ ଜବାବ ଦେଉଛୁ ଏବଂ ନୂତନ ସମନ ଜାରି କରିବା ପୂର୍ବରୁ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ। ଆପ୍‌ ପକ୍ଷରୁ କୁହାଯାଇଥିଲା ଯେ “ଇଡି ନିଜେ କୋର୍ଟ ନିକଟକୁ ଯାଇଥିଲେ। ବାରମ୍ବାର ସମନ ପଠାଇବା ପରିବର୍ତ୍ତେ ଇଡି କୋର୍ଟର ନିଷ୍ପତ୍ତିକୁ ଅପେକ୍ଷା କରିବା ଉଚିତ।” ଗତ ଫେବ୍ରୁଆରି ୧୪ ତାରିଖରେ ତଦନ୍ତକାରୀ ସଂସ୍ଥା କେଜ୍ରିୱାଲଙ୍କୁ ଷଷ୍ଠ ସମନ ଜାରି କରି ଫେବ୍ରୁଆରି ୧୯ ତାରିଖରେ ହାଜର ହେବାକୁ କହିଥିଲା। ହେଲେ ଯାଇନଥିଲେ କେଜ୍ରିୱାଲ୍‌।ସେପଟେ ଇଡି ଅଭିଯୋଗ କରିଛି ଯେ ଅରବିନ୍ଦ କେଜ୍ରିୱାଲ ଜାଣିଶୁଣି ସମନ ପରେ ମଧ୍ୟ ହାଜର ହେଉନାହାନ୍ତି। ଇଡି କହିଛି ଯେ ଯଦି ଉଚ୍ଚ ପଦବୀରେ ଅବସ୍ଥାପିତ ଲୋକମାନେ ମଧ୍ୟ ଏହି ନିୟମକୁ ଉଲ୍ଲଂଘନ କରନ୍ତି, ତେବେ ଏହା ସାଧାରଣ ଲୋକଙ୍କୁ ଏକ ଭୁଲ ବାର୍ତ୍ତା ଦେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking