25.1 C
Bhubaneswar
Sunday, May 3, 2026
Homeଓଡିଶାସ୍ତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର : ସ୍ୱାମୀ ଅଟକ

ସ୍ତ୍ରୀର ଝୁଲନ୍ତା ମୃତଦେହ ଉଦ୍ଧାର : ସ୍ୱାମୀ ଅଟକ

ଭୁବନେଶ୍ୱର:  ଭୁବନେଶ୍ୱର ଇନଫୋସିଟି  ଥାନା ଅନ୍ତ୍ରର୍ଗତ  ପଟିଆ ଅଞ୍ଚଳରୁ  ଣେ ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ମହିଳାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ମୃତ ମହିଳା ଜଣଙ୍କ ହେଲେ ତପସ୍ୱିନୀ ମିଶ୍ର। ପୁଲିସ ମୃତ ମହିଳାଙ୍କ ସ୍ୱାମୀ ବିଶ୍ୱ ସମ୍ପଦଙ୍କୁ ଅଟକ ରଖିଛି।  ତପସ୍ୱିନୀ ଓ ବିଶ୍ୱ ପଟିଆ ଅଞ୍ଚଳରେ ରହୁଥିଲେ। ତପସ୍ୱିନୀ ରାଜ୍ୟ ସରକାରଙ୍କର ଓରସାକରେ କାର‌୍ୟ୍ୟରତ ଥିଲେ। ବିଶ୍ୱ ଆଇଟି କମ୍ପାନୀରେ ଇଞ୍ଜିନୟର ଭାବେ କାମ କରୁଛନ୍ତି। ଗତକାଲି ତପସ୍ୱିନୀଙ୍କ ଝୁଲନ୍ତା ମୃତଦେହ ଘରୁ ଉଦ୍ଧାର କରାଯାଇଥିଲା। ଏନେଇ ବିଶ୍ୱ ତପସ୍ୱିନୀଙ୍କ ପରିବାର ଲୋକଙ୍କୁ ଖବର ଦେବା ସହ  ପୁଲିସକୁ ଜଣାଇଥିଲେ। ପୁଲିସ  ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ତପସ୍ୱିନୀଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା  ପରିବାର ଲୋକେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking