24.1 C
Bhubaneswar
Wednesday, May 6, 2026
Homeଓଡିଶାରାୟଗଡ଼ା : ସସ୍‌ପେଣ୍ଡ ହେଲେ ଡିଏଫ୍‌ଓ ଦେବେନ୍ଦ୍ର ବେହେରା

ରାୟଗଡ଼ା : ସସ୍‌ପେଣ୍ଡ ହେଲେ ଡିଏଫ୍‌ଓ ଦେବେନ୍ଦ୍ର ବେହେରା

ରାୟଗଡ଼ା : ରାୟଗଡ଼ା ଡିଏଫ୍‌ଓ ଦେବେନ୍ଦ୍ର ବେହେରା ସସପେଣ୍ଡ। କଳାହାଣ୍ଡି ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା ମାମଲାରେ ଡିଏଫ୍‌ଓଙ୍କୁ ସସପେଣ୍ଡ କଲେ ରାଜ୍ୟ ସରକାର। ବିନା ଅନୁମତିରେ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ଫରେଷ୍ଟରଙ୍କ ଆତ୍ମହତ୍ୟା ନେଇ ଡିଏଫ୍‌ଓ ଙ୍କ ନାଁରେ ହୋଇଥିଲା ମାମଲା।  କଳାହାଣ୍ଡି ଜିଲ୍ଲା ଜାରିଂ ହାଇଟେକ୍‌ ନର୍ସରୀ ଫରେଷ୍ଟର ସଞ୍ଜୟ ନାୟକ ଆତ୍ମହତ୍ୟା କରିଥିଲେ। ଆତ୍ମହତ୍ୟା ପୂର୍ବରୁ ସେ ଲେଖିଥିଲେ ସୁଇସାଇଡ୍‌ ନୋଟ୍‌। ଯେଉଁଥିରେ ଡିଏଫ୍‌ଓ ଦେବେନ୍ଦ୍ର ବେହେରା ମାନସିକ ନିର୍ୟାତନା ଦେଉଥିବା ଓ ପ୍ରମୋଶନ୍‌ କରାଇ ଦେଉନଥିବା ଲେଖିଥିଲେ ସଞ୍ଜୟ। ଏନେଇ ଅଭିଯୋଗ ସାମ୍ନାକୁ ଆସିବା ପରେ ଡିଏଫ୍‌ଓଙ୍କ ନାଁରେ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା। ପୁଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking