29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସହରକୁ କବଜା କଲେ ମୂଷା! ସରକାର ଜାରି କଲେ ହାଇ ଆଲର୍ଟ

ସହରକୁ କବଜା କଲେ ମୂଷା! ସରକାର ଜାରି କଲେ ହାଇ ଆଲର୍ଟ

କାନବେରା : ଯୁଦ୍ଧରେ ଗୋଟିଏ ଶକ୍ତିଶାଳୀ ଦେଶ ଅନ୍ୟ ଏକ ଦେଶ ଉପରେ ଆକ୍ରମଣ କରି ନିଜ ଦଖଲକୁ ଆଣିଥାଏ । ଯଦି ଆପଣଙ୍କୁ କହିବୁ ଏପରି ଏକ ଦେଶ ଅଛି ଯେଉଁଠି ମୂଷାମାନେ ଏକ ସହରକୁ କବଜା କରିଛନ୍ତି । ଅଜବ ଲାଗୁଛି ନା । କିନ୍ତୁ ଏହା ସମ୍ପୂର୍ଣ୍ଣ ସତ୍ୟ । ଅଷ୍ଟ୍ରେଲିଆର ଏକ ସହରକୁ କବଜା କରିଛନ୍ତି ମୂଷା । ଏଠାରେ ମୂଷାଙ୍କ ସଂଖ୍ୟା ଏତେ ଅଧିକ ହୋଇଛି ଯେ ମହାମାରୀ ବ୍ୟାପିଛି । ଅଷ୍ଟ୍ରେଲିଆରେ ମୂଷା ମଡକ ପଡିଥିବାର ଦେଖାଯାଇଛି । ମୂଷାମାନଙ୍କର ମୃତଦେହ ଏଣେତେଣେ ପଡି ରହିଛି । ଘର ହେଉ କି ଅଫିସ, ନଦୀ, ପୋଖରୀ କିମ୍ବା ଘରକୁ ଘର ପାଣି ସପ୍ଲାଏ ହେଉଥିବା ସ୍ଥାନରେ ମୂଷାଙ୍କର ମୃତଦେହ ଭାସୁଥିବାର ଦେଖାଯାଇଛି ।

ମୂଷା ମଡକ କଣ ପାଇଁ ହୋଇଛି ଜଣାପଡୁ ନ ଥିବାବେଳେ ମୂଷାଙ୍କ ସଂଖ୍ୟା ଏପରି ବୃଦ୍ଧି ପାଇଲେ ଦିନକୁ ଦିନ ଅବସ୍ଥା ବିଗିଡି ଯିବାର ସମ୍ଭାବନା ରହିଛି । ଯଦି ସରକାର ଏନେଇ କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଲୋକମାନେ ସହର ଛାଡିବାକୁ ବାଧ୍ୟ ହେବେ ବୋଲି ବିଶେଷଜ୍ଞମାନେ ମତ ରଖିଛନ୍ତି । ପାଣିରେ ମୂଷାଙ୍କର ମୃତଦେହ ଭାସୁଥିବାରୁ ଏବେ ସାରା ସହରରେ ପାନୀୟ ଜଳ ସମସ୍ୟା ଦେଖାଯାଇଛି । ସରକାର ସହରରେ ହାଇ ଆଲର୍ଟ ଜାରି କରିଛନ୍ତି । ସେହିପରି ଲୋକଙ୍କୁ ଖାଦ୍ୟ ପାନୀୟ ନ ପିଇବାକୁ କୁହାଯାଇଛି । ଯଦି ଏପରି ସମସ୍ୟା ସମାଧାନ ନ ହୁଏ ତେବେ ପୁରା ସହରରେ ମହାମାରୀ ବ୍ୟାପିବାର ସମ୍ଭାବନା ରହିଛି ବୋଲି ବୈଜ୍ଞାନିକମାନେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking