ତେଲେଙ୍ଗାନା : ତେଲେଙ୍ଗାନାର କାମାରେଡ୍ଡୀ ଜିଲ୍ଲାରୁ ଆଶ୍ଚର୍ଯ୍ୟ କରିଦେଲା ଭଳି ଏକ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ସରକାରୀ ବାଳିକା ଗୁରୁକୁଳ ଆବାସୀୟ ବିଦ୍ୟାଳୟରେ ପଢ଼ୁଥିବା ୧୦ ଛାତ୍ରୀଙ୍କୁ ମୂଷା କାମୁଡ଼ି ଦେଇଛି। ମୂଷା କାମୁଡ଼ିବା ଦ୍ୱାରା ଛାତ୍ରୀମାନେ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସମସ୍ତେ ସୁସ୍ଥ ହୋଇ ଫେରିଥିବା ଜଣାପଡ଼ିଛି। ସେପଟେ ସ୍କୁଲ ଛାତ୍ରୀମାନଙ୍କୁ ମୂଷା କାମୁଡ଼ିବା ଘଟଣାକୁ ନେଇ ରାଜନୀତି ଆରମ୍ଭ ହୋଇ ଯାଇଛି। ବିଜେପି ଏହି ଅବସ୍ଥା ପାଇଁ ରାଜ୍ୟର ଟିଆରଏସ୍ ସରକାରଙ୍କୁ ଖୁବ୍ ସମାଲୋଚନା କରିଛି। ସ୍କୁଲଗୁଡ଼ିକରେ ଛାତ୍ରଛାତ୍ରୀଙ୍କୁ ତୁରନ୍ତ ସୁରକ୍ଷିତ ପରିବେଶ ପ୍ରଦାନ କରିବାକୁ ବିଜେପି ଦାବି କରିଛି। ସେହିପରି ଗତବର୍ଷ ଡିସେମ୍ବରରେ ମଧ୍ୟ ରଙ୍ଗରେଡ୍ଡୀ ଜିଲ୍ଲାର ଏକ ସରକାରୀ ଆବାସୀୟ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ ମୂଷା କାମୁଡ଼ିବାର ଶିକାର ହୋଇଥିଲେ। ଏଠାରେ ୯ ଛାତ୍ରଙ୍କୁ ମୂଷା କାମୁଡ଼ିଥିଲେ।