ନୂଆପଡା: ପ୍ରେମ ପରେ ପ୍ରତାରଣ କରି ଜଣେ ପୋଲିସ ଅଧିକାରୀ ଅନ୍ୟଜଣେ ଯୁବତୀଙ୍କୁ ବିବାହ କଲେ । ପ୍ରେମିକା ବିବାହ ଖବର ପାଇ ନୂଆପଡା ଜିଲ୍ଲାରୁ ଯାଜପୁର ଜିଲ୍ଲାରେ ପହଞ୍ଚିଯାଇଥିଲେ । ରସିକିଆ ପୋଲିସ ଜଣକ ପ୍ରେମିକାକୁ ବୁଝାସୁଝା କରି ମଧ୍ୟ ସଫଳ ହୋଇନ ଥିଲେ । ଫଳରେ ରାସ୍ତାରେ ପୁଲିସ ଅଧିକାରୀ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଟଣାଓଟରା ଆରମ୍ଭ ହୋଇଯାଇଥିଲା । ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ର ବାରବାଟୀ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ଦୁର୍ଗା ମନ୍ଦିର ନିକଟରେ ସୋମବାର ଅପରାହ୍ନ ସମୟରେ ଘଟିଛି ଏହି ହାଇଡ୍ରାମା । ସୂଚନା ଅନୁଯାୟୀ, ସମ୍ପୃକ୍ତ ପୁଲିସ ଅଧିକାରୀଙ୍କ ଘର ଯାଜପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଦେବଳୀ ପଞ୍ଚାୟତ ହୋଇଥିବାବେଳେ ସେ ନୂଆପଡା ଜିଲ୍ଲା ଲଖନା ଥାନାଧିକାରୀ ଭାବେ ନିୟୋଜିତ ଅଛନ୍ତି । ଭୁବନେଶ୍ୱରେ ପାଠ ପଢ଼ୁଥିବା ନୂଆପଡା ଜିଲ୍ଲାର ଜଣେ ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା । ହେଲେ ପ୍ରେମିକ ପୋଲିସ ଅଧିକାରୀ ଜଣକ ଇତିମଧ୍ୟରେ ପ୍ରେମିକାଙ୍କ ଅଜାଣତରେ ଅନ୍ୟ ଯୁବତୀ ଜଣକୁ ବିବାହ କରିଥିଲେ ।
ଏକଥା ଜାଣିବା ପରେ ପ୍ରେମିକା ଗତ ସୋମବାର ମଧ୍ୟାହ୍ନରେ ପହଞ୍ଚି ଯାଇଥିଲେ ପ୍ରତାରକ ପୋଲିସ ଅଧିକାରୀଙ୍କ ଗାଁରେ । ପୋଲିସ ଅଧିକାରୀ ଜଣକ ତାହା ଜାଣିପାରି କୌଶଳକ୍ରମେ ପ୍ରେମିକାଙ୍କୁ ବୁଝାମଣା କରି ଘର ନିକଟରୁ ବାହାରକୁ ନେଇ ଆସିଥିଲେ । ପ୍ରେମିକାଙ୍କୁ କାର ଯୋଗେ ଭୁବନେଶ୍ୱର ଛାଡିଦେବା ସମୟରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ତାଙ୍କୁ ବାହାହେବା ଏବଂ ଭୁବନେଶ୍ୱର ରଖିବେ ବୋଲି ପୁଲିସ ଅଧିକାରୀ ଜଣକ କହିଥିଲେ । କିନ୍ତୁ ବାହା ହୋଇ ପୁଲିସ ଅଧିକାରୀଙ୍କ ଘରେ ରହିବେ ବୋଲି ପ୍ରେମିକା ଜିଦ୍ ଧିରିଥିଲେ । ଏପରି କି ସେ ଦୁର୍ଗାଦେବୀ ମନ୍ଦିର ସମ୍ମୁଖରେ କାରରୁ ଓହ୍ଲାଇ ପଡ଼ିଥିଲେ । ସେଠି ଉଭୟଙ୍କ ମଧ୍ୟରେ ଟଣା ଓଟରା ହେଉଥିବା ଦେଖି ସ୍ଥାନୀୟ ଲୋକେ ରୁଣ୍ଡ ହୋଇଥିଲେ । ପୁଲିସ ଅଧିକାରୀ ଜଣକ ଉକ୍ତ ସ୍ଥାନରୁ ପଳାଇବା ଚେଷ୍ଟା କଲେ । ମାତ୍ର ପ୍ରେମିକା ସେଠାରୁ ଯିବାକୁ ରାଜି ହୋଇନଥିଲେ । ଖବର ପାଇ ଧର୍ମଶାଳା ଥାନା ଅଧିକାରୀ ରାକେଶ ତ୍ରିପାଠୀ ଘଟଣାସ୍ଥଳ ପହଞ୍ଚି ଉଭୟଙ୍କୁ ଥାନା କୁ ନେଇ ବୁଝାସୁଝା କରିବା ପରେ ଯୁବତୀ ଜଣକ ନୂଆପଡାକୁ ଫେରିଥିଲେ ।
ଏନେଇ ଆମେ ସମ୍ପୃକ୍ତ ପୁଲିସ ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳକୁ ଯୋଗାଯୋଗ କରିଥିଲୁ ହେଲେ ଫୋନ ଲାଗିନଥିଲା । ସେଭଳି ପ୍ରେମିକା ଜଣକ ନୂଆପଡା ଏସ୍ପି ପାଖରେ ପହଞ୍ଚି ଲଖନା ଥାନା ଅଧିକାରୀ ଜିତେନ୍ଦ୍ର ବିଶ୍ୱାଳ ନାଁ ଅଭିଯୋଗ କରିଥିବା ନେଇ ଚର୍ଚ୍ଚା ହେଉଛି । ସେଭଳି ଏହି ଯୁବତୀ ଛଡା ଅନ୍ୟ ଜିଲ୍ଲାର ଯୁବତୀ ଜଣକ ମଧ୍ୟ ନୂଆପଡା ଆସି ନୂଆପଡା ଆରକ୍ଷୀ ଅଧିକାରୀଙ୍କୁ ଭେଟି ସମ୍ପୃକ୍ତ ଥିବା ପୁଲିସ ଅଧିକାରୀ ଅଧିକାରୀ ନାଁ ରେ ଅଭିଯୋଗ ହୋଇଥିବା ମଧ୍ୟ କୁହାଯାଉଛି । ବର୍ତ୍ତମାନ ଯୁବତୀମାନଙ୍କୁ ନ୍ୟାୟ ମିଳିବ କି ତାହା ଦେଖିବାକୁ ବାକି ରହିଲା ।ରହି ଜୈବିକ ସନ୍ତୁଳନ ସମସ୍ତ ପ୍ରାଣୀଙ୍କ ପାଇଁ ସମାନ ସୁଯୋଗ ନିର୍ମାଣ ଉପରେ ନିଜ ନିଜ ମତାମତ ରଖିଥିଲେ । ଜଙ୍ଗଲ ଓ ପରିବେଷ ବିଭାଗ କଳାହାଣ୍ଡିକୁ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ଅନୁରୋଧ କରାଯାଇଥିଲେ ସୁଦ୍ଧା କୌଣସି କର୍ମକର୍ତ୍ତା ଯୋଗ ନଦେବାରୁ ଆଲୋଚକଙ୍କ ମଧ୍ୟରେ ଦୁଃଖ ପ୍ରକାଶ ପାଇଥିଲା । କେଫ୍ୟୁର ସଂଯୋଜକ ହୃଷିକେଶ ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରକୃତି ବନ୍ଧୁ ଡୋଳାମଣୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।