27.1 C
Bhubaneswar
Sunday, June 26, 2022
Homeଦେଶ ବିଦେଶବିଷାକ୍ତ ମଦ ନେଲା ଜୀବନ

ବିଷାକ୍ତ ମଦ ନେଲା ଜୀବନ

ପାଟନା: ବିହାରର ଔରଙ୍ଗାବାଦ ଜିଲ୍ଲାରେ ନକଲି ବିଷାକ୍ତ ମଦ ପିଇ ୫ ଜଣଙ୍କର ମୃତ୍ୟୁ ହୋଇଛି ବୋଲି ମଙ୍ଗଳବାର ଜଣେ ଅଧିକାରୀ କହିଛନ୍ତି। ଏହି ଘଟଣା ପରେ ପୋଲିସ ବ୍ୟାପକ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରି ୬୭ ଜଣ ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଔରଙ୍ଗାବାଦର ଆରକ୍ଷି ଅଧିକ୍ଷକ (ଏସପି) କନ୍ତେଶ କୁମାର ମିଶ୍ରଙ୍କ ଅନୁସାରେ ଏହି ଘଟଣା ମଦନପୁର ବ୍ଲକରେ ଦେଖିବାକୁ ମିଳିଛି। ନକଲି ବିଷାକ୍ତ ମଦପିଇ ପ୍ରାଣ ହରାଇଥିବା ପାଞ୍ଚ ଜଣଙ୍କ ମଧ୍ୟରୁ ସୋମବାର ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରବିବାର ୨ଜଣଙ୍କର ମୃତ୍ୟୁ ହୋଇଛି। ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଥିବା ଅନ୍ୟ ଦୁଇଜଣ ଲୋକ ଏବେ ଗୟା ଜିଲ୍ଲାର ଏକ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି ।ଏହି ପାଞ୍ଚଜଣ ବ୍ୟକ୍ତିଙ୍କ ମୃତ୍ୟୁର କାରଣ ଜାଣିବା ଏବେ ସମ୍ଭବ ନୁହେଁ କାରଣ ପୋଲିସ ପହଞ୍ଚିବା ପୂର୍ବରୁ ପରିବାର ଲୋକମାନେ ଶବ ସଂସ୍କାର କରିସାରିଥିଲେ ବୋଲି ଏସପି କହିଛନ୍ତି। ବେଆଇନ ଭାବେ ସେହି ଅଞ୍ଚଳରେ ବିଷାକ୍ତ ମଦ ବିକ୍ରି ହେଉଥିବା ସୂଚନା ମିଳିବା ପରେ ଏହାକୁ ଗୁରୁତର ଭାବେ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ବୋଲି କନ୍ତେଶ ମିଶ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking