30.6 C
Bhubaneswar
Monday, May 19, 2025
HomeUncategorizedଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ   

ଦିବ୍ୟାଙ୍ଗ ଯୁବତୀକୁ ଦୁଷ୍କର୍ମ   

ମୟୂରଭଞ୍ଜ – ସାରାବିଶ୍ୱ କରୋନା ଭାଇରସ ସଂକ୍ରମଣର ମହାମାରୀରୁ ରକ୍ଷାପାଇବା ପାଇଁ ଲଢ଼ୁଥିବା ବେଳେ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଥାନା ଅଂଚଳରେ ସାମ୍ନାକୁ ଆସିଛି ଏକ ଲଜ୍ୟାଜନକ ଘଟଣା । ଦୁଷ୍କର୍ମର ଶିକାର ହେଲା ଭଉଣୀ ଘରେ ରହୁଥିବା ଦିବ୍ୟାଙ୍ଗ ଯୁବତୀ।ଘରେ କେହିନଥିବାର ସୁଯୋଗରେ ଦୁଷ୍କର୍ମର ଶିକାର କରିଛି ପୋଡ଼ାଶୀ। ଅଭିଯୋଗ ଅନୁଯାଇ ଝରାଡ଼ିହି ଫାଣ୍ଡି ଅଂଚଳରେ ଜଣେ ୩୧ବର୍ଷୀୟ ଦିବ୍ୟାଙ୍ଗଯୁବତୀ ଗୋରୁମହିଷାଣି  ଥାନା ଅନ୍ତର୍ଗତ ତାଙ୍କ ଭଉଣୀ ଘରେ ପ୍ରାୟ ୧୨ ବର୍ଷ ହେଲା ରହି ଆସୁଥିଲେ । ତେବେ ଦିନ  ଦ୍ୱିପ୍ରହରସମୟରେ ଘରେ ଏକୁଟିଆ ଥିବାଦେଖି ପଡୋଶୀ  ବିବାହିତ ବୃଦ୍ଧବ୍ୟକ୍ତି ଜଣକ ଯୁବତୀଙ୍କ ସହ ବଳପୂର୍ବକ ଦୁଷ୍କର୍ମ କରି ସେଠାରୁ ଦୌଡ଼ି ପଳାଇଯାଇଥିଲେ । ଘରକୁ ଫେରି ପୀଡିତାଙ୍କ ଭଉଣୀ  ଘଟଣାସମ୍ପର୍କରେ ଜାଣିବାକୁ ପାଇଥିଲେ ଗୋରୁମହିଷାଣି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଥାନାଅଧିକାରୀ ପ୍ରଶାନ୍ତ କୁମାର ସ୍ବାଇଁ ସଦଳବଳେ ପୀଡିତାଙ୍କ ନିକଟରେ ପହଞ୍ଚି ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିବା ସହ ରାଇରଙ୍ଗପୁର ଡାକ୍ତରଖାନାରେ ଡାକ୍ତରୀମାଇନା ପରେ କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି  i  ତେବେ ଏହି ଘଟଣାକୁ ନେଇ ବେଶ କିଛିସମୟ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା ବେଳେ ଦୁଷ୍କର୍ମ ଅଭିଯୁକ୍ତକୁ କଠୋର ରୁ କଠୋର ଦଣ୍ଡ ଦିଆଯାଉ ବୋଲି ପରିବାର ଏବଂ ଗ୍ରାମବାସୀ  ଦାବି କରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking