28.1 C
Bhubaneswar
Thursday, March 28, 2024
Homeଓଡିଶାକୋଟାରୁ ଫେରୁଛନ୍ତି ଓଡିଶା ଛାତ୍ରଛାତ୍ରୀ

କୋଟାରୁ ଫେରୁଛନ୍ତି ଓଡିଶା ଛାତ୍ରଛାତ୍ରୀ

ଭୁବନେଶ୍ୱର: ଏବେ ସମଗ୍ର ଦେଶରେ କରୋନା ପାଇଁ ଲକ ଡାଉନ ଚାଲିଥିବାରୁ ବିଭିନ୍ନ ରାଜ୍ୟରେ ଫସିରହିଛନ୍ତି ଛାତ୍ରଛାତ୍ରୀ । କୋଚିଙ୍ଗ ପାଇଁ ହେଉ କି କୌଣସି ପରୀକ୍ଷା, ଏବେ ସେମାନେ ତାଲା ବନ୍ଦ ପାଇଁ ଫସି ରହିଛନ୍ତି । ନିଜ ଘରକୁ ଫେରାଇ ନେବାକୁ ସେ ଭିଡିଓ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ନିବେଦନ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଏହାରି ଭିତରେ ରାଜସ୍ଥାନର କୋଟା ଓ ମହାବୀର ନଗରରେ ଫସିରହିଥିବା ଓଡିଆ ଛାତ୍ରଛାତ୍ରୀ ଆଜି ଓଡିଶା ଫେରୁଥିବା ଖବର ମିଳିଛି । ସୂଚନା ଅନୁଯାୟୀ, ରାଉରକେଲାର ପ୍ରାୟ ୧୧୬ ଜଣ ଛାତ୍ରଛାତ୍ରୀ କୋଟାରୁ ବାହାରିଛନ୍ତି । ଆଜି ଦିନ ପ୍ରାୟ ୧୦ଟା ୧୫ ମିନିଟ ସମୟରେ କୋଟାର ଲାଣ୍ଡମାର୍କ ସିଟି, ମହାବୀର ନଗରରୁ ୪ ଟି ବସରେ ସେମାନେ ବାହାରିଛନ୍ତି । କୋଟାରୁ ବାହାରିବା ପୂର୍ବରୁ ବସଗୁଡ଼ିକୁ ଭଲ ଭାବେ ବିଶୋଧନ କରାଯାଇଥିଲା । ଛାତ୍ରଛାତ୍ରୀମାନଙ୍କୁ ସ୍କ୍ରିନିଂ କରାଯିବା ପରେ ବସରେ ଚଢା ଯାଇଥିଲା । ରାଉରକେଲା ପହଞ୍ଚିବାକୁ ସେମାନଙ୍କୁ ପ୍ରାୟ ୩୦ଘଣ୍ଟା ସମୟ ଲାଗିବ । ପ୍ରତ୍ୟକ ଛାତ୍ରଛାତ୍ରୀ ୪ ହଜାର କରି ବସ ଭଡ଼ା ଦେଇ ଓଡ଼ିଶା ଫେରୁଥିବା ସୂଚନା ମିଳିଛି । ତେବେ କାଲି ସନ୍ଧ୍ୟା ୭ଟା ସୁଦ୍ଧା ରାଉରକେଲାରେ ବସ୍ ପହଞ୍ଚିବା ସମ୍ଭାବନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking