33.1 C
Bhubaneswar
Wednesday, April 24, 2024
Homeଓଡିଶାପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଗୁଳିମାଡ

ପୂର୍ବତନ ବିଧାୟକଙ୍କ ଗାଡି ଉପରକୁ ଗୁଳିମାଡ

ଭୁବନେଶ୍ୱର: ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କଅଁରଙ୍କ ଗାଡି ଉପରକୁ ଗତକାଲି ବିଳମ୍ବିତ ରାତ୍ରିରେ ଗୁଳିମାଡ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ, ରାତିରେ ଦେବେନ୍ଦ୍ର ଇରିଗେସନ କଲୋନୀରେ ଥିବା ତାଙ୍କର ସଂପର୍କୀୟ ଘରକୁ ନିଜେ ଗାଡି ଚଲାଇ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ସେ ଗାଡି ପାର୍କ କରି ଭିତରକୁ ଯାଇଥିଲେ । ଏହାପରେ ତାଙ୍କ ଗାଡି ଉପରକୁ ଗୁଳିମାଡ ହୋଇଥିବା ସେ ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଗୁଳିମାଡ ଫଳରେ ତାଙ୍କ ଗାଡିର ପଛ କାଚ ଭାଙ୍ଗି ଯାଇଛି । ଅଭିଯୋଗ ହେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏହାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
https://onakhabar.com/2020/04/30/rishi-kapoor-dies/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking