27.1 C
Bhubaneswar
Monday, July 28, 2025
Homeଅପରାଧପୁଣି ଲଜ୍ଜା : ଯୁବତୀଙ୍କୁ ଦୁଷ୍କର୍ମ କଲା ଅଟୋ ଡ୍ରାଇଭର

ପୁଣି ଲଜ୍ଜା : ଯୁବତୀଙ୍କୁ ଦୁଷ୍କର୍ମ କଲା ଅଟୋ ଡ୍ରାଇଭର

ହାଇଦ୍ରାବାଦ : ହାଇଦ୍ରାବାଦରେ ପୁଣି ଦୁଷ୍କର୍ମ। ନିକଟରେ ପ୍ରିୟଙ୍କା ରେଡ୍ଡୀଙ୍କୁ ଗଣଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ଏନକାଉଣ୍ଟର କରାଯାଇଥିଲା। ଏହି ଘଟଣାକୁ ମାସେ ନ ପୁରୁଣୁ ପୁଣି ହାଇଦ୍ରାବାଦରେ ଦୁଷ୍କର୍ମ ଅଭିଯୋଗ ସାମ୍ନାକୁ ଆସିଛି। ୧୮ ବର୍ଷ ବୟସ୍କା ଯୁବତୀଙ୍କୁ ଜଣେ ଅଟୋ ଡ୍ରାଇଭର ଦୁଷ୍କର୍ମ କରିଛି। ଭଉଣୀଙ୍କ ସହ ପୀଡ଼ିତା ଯୁବତୀ ଯିବା ଯିବାବେଳେ ଅଟୋ ଡ୍ରାଇଭର ସାହାଯ୍ୟ କରିବାକୁ କହି ଦୁଷ୍କର୍ମ କରିଛି।
ସୂଚନା ଅନୁଯାୟୀ, ଗତ ୮ ତାରିଖ ଦିନ ଯୁବତୀ ଜଣଙ୍କ ଜଣେ ସଂପର୍କୀୟଙ୍କ ଘରକୁ ଯିବାକୁ ବାହାରିଥିଲେ। ରାସ୍ତାରେ ସେମାନେ ବାଟ ଭୁଲି ଯିବା ପରେ ଜଣେ ଅଟୋ ଡ୍ରାଇଭରକୁ ସହାୟତା ମାଗିଥିଲେ। କିନ୍ତୁ ଅଟୋ ଡ୍ରାଇଭର ସେମାନଙ୍କୁ କୌଶଳକ୍ରମେ ନାମ୍‌ପାଲି ଅଂଚଳର ଏକ ଲଜ୍‌କୁ ନେଇ ଯାଇଥିଲା ଏବଂ ସେଠାରେ ଦୁଷ୍କର୍ମ କରିଥିଲା। ଯୁବତୀ ଜଣଙ୍କ ପରିବାର ସହ ଯୋଗାଯୋଗ କରିବାରେ ସକ୍ଷମ ହେବାପରେ ସେମାନଙ୍କୁ ଲଜ୍‌ରୁ ଉଦ୍ଧାର କରାଯାଇଛି। ଏ ବାବଦରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଶୁକ୍ରବାର ପୁଲିସରେ ଏତଲା ଦିଆଯିବା ପରେ ପୁଲିସ ଅଭିଯୁକ୍ତ ଅଟୋ ଡ୍ରାଇଭରକୁ ଗିରଫ କରିଛି। ପ୍ରିୟଙ୍କା ରେଡ୍ଡୀଙ୍କ ଘଟଣାରେ ପୂରା ଦେଶରେ ନିଆଁ ଜଳୁଛି।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking