30.1 C
Bhubaneswar
Wednesday, April 24, 2024
Homeଅପରାଧଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା

ଦୁଷ୍କର୍ମ କଲା ସମ୍ପର୍କୀୟ ଦାଦା

ସୁନ୍ଦରଗଡ଼: ଦିନକୁ ଦିନ ଦୁଷ୍କର୍ମ ଭଳି ଘଟଣା ବଢିବାରେ ଲାଗିଛି । ଝିଅଟି କେବେ ବି ସୁରକ୍ଷିତ ନୁହେଁ । କେବେ ଘର ଲୋକଙ୍କ ଦ୍ୱାରା ଦୁଷ୍କର୍ମ ହେଉଛି ତ କେବେ ବାହାର ଲୋକଙ୍କ ଦ୍ୱାରା ଦୁଷ୍କର୍ମର ଶିକାର । ପିଛାଛାଡ଼ୁନି ଦୁଷ୍କର୍ମ ଭଳି ଲଜ୍ୟା ଜନକ ଘଟଣା । ତେବେ ଏଭଳି ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡରୁ । ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ଅଞ୍ଚଳରେ ଅଶ୍ଳୀଳ ଭିଡିଓ ଦେଖାଇ ଜଣେ ସାତ ବର୍ଷର ଶିଶୁ କନ୍ୟାକୁ ସମ୍ପର୍କୀୟ ଦାଦା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ, ଶିଶୁ କନ୍ୟାର ବାପା ମା’ଙ୍କ ମୃତ୍ୟୁ ହୋଇ ଯାଇଥିବାରୁ ସେ ତାଙ୍କ ଆଈ ଘରେ ରହି ପାଠ ପଢୁଥିଲେ । ତେବେ ଜାନୁଆରୀ ୧୫ ତାରିଖରେ ଶିଶୁ କନ୍ୟାଟି ଘରେ ଏକୁଟିଆ ଥିବା ଦେଖି ଅଭିଯୁକ୍ତ ଦାଦା ତାଙ୍କୁ ଅଶ୍ଲୀଳ ଭିଡିଓ ଦେଖାଇବା ପରେ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲା । ଏହି ସମୟରେ ଶିଶୁ କନ୍ୟାର ଆଈ ଘରକୁ ଆସି ଯିବାରୁ ଅଭିଯୁକ୍ତ ଦୌଡି ପଲାଇଥିଲା । ଏନେଇ ଶିଶୁ କନ୍ୟାର ଆଈ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗାଁରେ କୌଣସି ସମାଧାନ ନହେବାରୁ ଆଜି ସେ ଥାନାକୁ ଆସି ଏତଲା ଦେଇଥିଲେ । ଏହାପରେ ପୁଲିସ୍ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଜାରି ରଖିଥିବା ଜଣାପଡିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking