ମୟୂରଭଞ୍ଜ : ପୁଣି ସାମ୍ନାକୁ ଆସିଛି ଦୁଷ୍କର୍ମ ଭଳି ଲଜ୍ୟାଜନକ ଘଟଣା। ଦୁଷ୍କର୍ମର ଶିକାର ହୋଇଛି ଜଣେ ଆଦିବାସୀ ନାବାଳିକା। ଗତକାଲି ବିଳମ୍ବିତ ରାତିରେ ମୋରଡା ଥାନା ଅଞ୍ଚଳରେ ଜଣେ ଆଦିବାସୀ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିବା ନେଇ ଅଭିଯୋଗ ପହଞ୍ଚିଥିଲା ପୋଲିସ ନିକଟରେ। ଅଭିଯୋଗକୁ ଭିତ୍ତିକରି ୧୬୫/୨୧ନଂ ମାମଲା ରୁଜୁ କରି ସଙ୍ଗେ ସଙ୍ଗେ ମୋରଡା ଥାନା ପୋଲିସ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଇ ଆରମ୍ଭ କରିଥିଲା ଛାନଭିନ। ଅଭିଯୋଗ ଅନୁଯାୟୀ ନାବାଳିକାକୁ ଏକ ଫାଙ୍କା ଜାଗା ନେଇ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ସୂଚନା ଦେଇଛି ପୋଲିସ । ପରେ ଦୁଷ୍କର୍ମ ପିଡିତାକୁ ବାରିପଦା ପି ଆର ଏମ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା କରାଯାଇ ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ସୂତ୍ରରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି । ତେବେ ଅଭିଯୁକ୍ତ ଜଣକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ ଚାନ୍ଦୁଆ, ରାଜାବସା ଗ୍ରାମର ଯୋଗେନ୍ଦ୍ର ମାରାଣ୍ଡି (୨୮)।