34.1 C
Bhubaneswar
Thursday, March 20, 2025
Homeଓଡିଶାତାଳଚେର ଓ ଫୁଲବାଣୀ ମେଡ଼ିକାଲ କଲେଜକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ସରକାରଙ୍କ ପ୍ରାଥମିକତା

ତାଳଚେର ଓ ଫୁଲବାଣୀ ମେଡ଼ିକାଲ କଲେଜକୁ ଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ସରକାରଙ୍କ ପ୍ରାଥମିକତା

ଭୁବନେଶ୍ବର: ତାଳଚେରର ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜ ଓ ହସ୍ପିଟାଲ ଏବଂ ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରିବା ଉପରେ ରାଜ୍ୟ ସରକାର ପ୍ରାଥମିକତା ଦେଉଛନ୍ତି । ଏହି ଦୁଇ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହେଲେ ରାଜ୍ୟର ସ୍ୱାସ୍ଥ୍ୟ ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ଆଶାତୀତ ଉନ୍ନତି ହେବା ସହ ସ୍ଥାନୀୟ ଅଞ୍ଚଳବାସୀ ବିଶେଷ ଭାବେ ଉପକୃତ ହେବେ । ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ବତୀ ଏସ୍ ଏକ ବୈଠକରେ ଅଧ୍ୟକ୍ଷତା କରି ଏହି ଦୁଇ ଅନୁଷ୍ଠାନର ବିବିଧ ଆବଶ୍ୟକତାକୁ ତୁରନ୍ତ ପୂର୍ଣ୍ଣ କରିବା ନେଇ ସରକାରଙ୍କ ଲୋକାଭିମୁଖୀ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନର କୋଠାବାଡ଼ିରୁ ଆରମ୍ଭ କରି ଯନ୍ତ୍ରପାତି ଯାଏଁ ସମସ୍ତ ଭିତ୍ତିଭୂମିକୁ ସୁଦୃଢ଼ କରିବା ଉପରେ ସେ ଗୁରୁତ୍ବାରୋପ କରିଥିଲେ ।

ବର୍ତ୍ତମାନର ପ୍ରାଥମିକତା ହେଉଛି ୨୦୨୫-୨୬ ଶିକ୍ଷାବର୍ଷରେ ୧୦୦ ଜଣ ଡାକ୍ତରୀ ଛାତ୍ର-ଛାତ୍ରୀଙ୍କ ଆଡମିଶନ ପାଇଁ ଜାତୀୟ ମେଡିକାଲ କମିଶନଙ୍କ ଠାରୁ ଅନୁମତି ପାଇବା ଏବଂ ଯେତେ ଶୀଘ୍ର ସମ୍ଭବ ଏହି ଦୁଇ ଅନୁଷ୍ଠାନକୁ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିବା । ଅନୁଗୋଳ ଓ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳ ଓ ଅନୁଷ୍ଠାନ ସହ ସଂପୃକ୍ତ ବରିଷ୍ଠ ବିଭାଗୀୟ ଅଧିକାରୀମାନଙ୍କୁ ପ୍ରତି ସପ୍ତାହରେ ବିଭିନ୍ନ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହା କାର୍ଯ୍ୟାନ୍ୱୟନକୁ ତ୍ୱରାନ୍ନିତ କରିବାରେ ସାହାଯ୍ୟ କରିବା ସହିତ ଜାତୀୟ ମେଡିକାଲ କମିଶନଙ୍କ ନିୟମାବଳୀଙ୍କୁ ସୁନିଶ୍ଚିତ କରିବ । ଏହି ଦୁଇଟି ମେଡ଼ିକାଲ କଲେଜକୁ ଯଥାଶୀଘ୍ର କାର୍ଯ୍ୟକ୍ଷମ କରି ରାଜ୍ୟର ସ୍ବାସ୍ଥ୍ୟସେବା ଭିତ୍ତିଭୂମିର ଉନ୍ନତି ଆଣିବା ଏବଂ ଜନସାଧାରଣଙ୍କୁ ଗୁଣାତ୍ମକ ଚିକିତ୍ସା ସେବା ଯୋଗାଇଦେବା ପାଇଁ ସରକାର ସଂକଳ୍ପବଦ୍ଧ । ଜାତୀୟ ସ୍ୱାସ୍ଥ୍ୟ ମିଶନ (ଓଡିଶା)ର ନିର୍ଦ୍ଦେଶକ ଡା. ବୃନ୍ଦା ଡ଼ି, ଓଏସଏମସିଏଲର ପରିଚାଳନା ନିର୍ଦ୍ଦେଶକ ଡା. ପୋମା ଟୁଡ଼ୁ, ଅନୁଗୋଳ ଜିଲ୍ଲାପାଳ ଅବଦଲ ଏମ୍. ଅଖତର, କନ୍ଧମାଳ ଜିଲ୍ଲାପାଳ ଅମୃତ ଋତୁରାଜ, ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର, ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ ଡା. ସନ୍ତୋଷ ମିଶ୍ର, ବିଭାଗୀୟ ଅତିରିକ୍ତ ଶାସନ ସଚିବ ଡ. ଉଷାରାଣୀ ସାହୁ, ପବିତ୍ର ମୋହନ ପ୍ରଧାନ ମେଡ଼ିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. କୀର୍ତ୍ତିରେଖା ମହାପାତ୍ର, ଫୁଲବାଣୀ ସରକାରୀ ମେଡ଼ିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଡା. ନରେନ୍ଦ୍ର ବେହେରା, ଉଭୟ ଜିଲ୍ଲାର ସିଡିଏମ୍ଓ ଏବଂ ଅଧୀକ୍ଷଣ ଯନ୍ତ୍ରୀ ଏହି ବୈଠକରେ ଆଭାସି ମାଧ୍ୟମରେ ଯୋଗଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking