28.3 C
Bhubaneswar
Wednesday, July 1, 2026
Homeଓଡିଶାବନ୍ଧା ହେଲେ ରେଞ୍ଜର ବିଭୁଦାନନ୍ଦ ମିଶ୍ର

ବନ୍ଧା ହେଲେ ରେଞ୍ଜର ବିଭୁଦାନନ୍ଦ ମିଶ୍ର

ଭୁବନେଶ୍ୱର : ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ  ଢେଙ୍କାନାଳ ସଦର ରେଞ୍ଜର ବିଭୁଦାନନ୍ଦ ମିଶ୍ରଙ୍କୁ  ଗିରଫ କରିଛି।ଗତକାଲି ରେଞ୍ଜରଙ୍କ ପୈତୃକ ଘର ସମେତ ୮ଟି ସ୍ଥାନରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ବେଳେ ରେଞ୍ଜରଙ୍କ ଭୁବନେଶ୍ୱରରେ ଗୋଟିଏ, ହାଇଦ୍ରାବାଦରେ ୨ଟି କୋଠା, ଭୁବନେଶ୍ୱର ଓ ଢେଙ୍କାନାଳରେ ରେଞ୍ଜରଙ୍କ ୮ଟି ପ୍ଲଟ୍‌ ଠାବ କରାଯାଇଥିଲା। ସେହିପରି ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ବ୍ୟାଙ୍କ ଜମା, ନଗଦ ୫.୧୫ ଲକ୍ଷ ଟଙ୍କା ଓ ୫୫୭ ଗ୍ରାମର ସୁନା ଅଳଙ୍କାର ମଧ୍ୟ ଜବତ କରିଥିଲା ଭିଜିଲାନ୍ସ।ଏଥିସହ ରେଞ୍ଜରଙ୍କର ଆଠଗଡ଼ରେ ୨ କୋଟି ଟଙ୍କା ମୂଲ୍ୟର ଫାର୍ମ ହାଉସ ଠାବ କରିଥିଲା ଭିଜିଲାନ୍ସ। ପାର୍କଠୁ ବଡ଼ ଏହି ଫାର୍ମ ହାଉସକୁ ଅତି ସୁନ୍ଦର ଭାବେ ସଜାଯାଇଥିଲା। ଫାର୍ମ ହାଉସରେ ଥିଲେ ମୟୂର, ଠେକୁଆ, ଶୁଆ ଓ ବତକ ଭଳି ଅନେକ ଜୀବଜନ୍ତୁ। ଭିଜିଲାନ୍ସ ଫାର୍ମ ହାଉସ୍‌ରୁ ୪ଟି ମୟୂର ଉଦ୍ଧାର କରିବା ସହ ବନ୍ୟପ୍ରାଣୀ ଦଫାରେ ମାମଲା ରୁଜୁ କରିଛି।   ରେଞ୍ଜର ବାବୁ ଠୁଳ କରିଥିବା ସମ୍ପତ୍ତି ସଂପର୍କରେ ସନ୍ତୋଷ ଜନକ ଉତ୍ତର ଦେଇ ପାରିନଥିଲେ। ଆଜି ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ସୂଚନା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking