32.1 C
Bhubaneswar
Sunday, April 28, 2024
Homeଓଡିଶାରମଜାନ ପାଇଁ କଟକରେ ଜାରିହେଲା ସ୍ୱତନ୍ତ୍ର କଟକଣା

ରମଜାନ ପାଇଁ କଟକରେ ଜାରିହେଲା ସ୍ୱତନ୍ତ୍ର କଟକଣା

କଟକ : କଟକ ସହରରେ କରୋନା ମହାମାରୀର ଦ୍ୱିତୀୟ ଲହର ଆରମ୍ଭ ହୋଇଥିବାବେଳେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ତେବେ ଏବେ ଠାରୁ ସଂକ୍ରମଣ ଚେନ୍‌କୁ ରୋକା ନଗଲେ ଆଗାମୀ ଦିନରେ ଏହା ଅଣାୟତ ହୋଇ ପଡ଼ିବାର ଆଶଙ୍କା ରହିଛି । ତେଣୁ ଏଥି ପାଇଁ ପ୍ରଶାସନ ପକ୍ଷରୁ କଟକଣାକୁ ଜୋରଦାର କରାଯାଇଛି । କରୋନା ମୁକାବିଲା ପାଇଁ ରାଜ୍ୟସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ଓ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ବିଭିନ୍ନ ନିୟମାବଳୀ ଜାରି କରାଯାଇଛି। ବିଶେଷ କରି କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତାର ଆବଶ୍ୟକତା ରହିଛି । ତେବେ ଚଳିତ ବର୍ଷ ମୁସଲିମ ସମ୍ପ୍ରଦାୟର ରମଜାନ ପାଳନ ଉପରେ କଟକଣା ଜାରି କରାଯାଇଛି । ଏହି ପର୍ବ ପାଳନରେ ସାମୂହିକ ନମାଜପାଠ କରାଯାଉଥିବାରୁ ଏଠାରେ ମଧ୍ୟ କରୋନା ସଂକ୍ରମିତ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ତେଣୁ କଟକ ମହାନଗର ନିଗମ ପକ୍ଷରୁ ଏ ନେଇ ସ୍ୱତନ୍ତ୍ର କଟକଣା ଜାରି ହୋଇଛି ।

କଟକ ସହରର ପ୍ରତ୍ୟେକ ମସଜିଦଗୁଡ଼ିକ ପାଇଁ ଏହି କଟକଣା ଜାରି କରାଯାଇଥିବା ସିଏମସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି । ରମଜାନ ପରିପ୍ରେକ୍ଷୀରେ ମସଜିଦ କିମ୍ବା ବାହାରେ ୧ମାସ ଧରି ସମୂହ ନମାଜ ପାଠର ପରମ୍ପରା ରହିଛି । ତେଣୁ ନମାଜ ପାଠ ସ୍ଥଳରେ ଅତିବେଶୀରେ ୧ଶହ ଜଣ କିମ୍ବା ଯେଉଁ ପ୍ରେକ୍ଷାଳୟରେ ସମୂହ ନମାଜ ପାଠ କରାଯାଉଛି ଉକ୍ତ ପ୍ରେକ୍ଷାଳୟର କ୍ଷମତାରୁ ୫୦ ପ୍ରତିଶତ କମ ଶ୍ରଦ୍ଧାଳୁଙ୍କ ସମାଗମରେ ନମାଜ ପାଠ କରାଯିବ । ଏହାକୁ ମସଜିଦ ପରିଚାଳନା କମିଟି ତଦାରଖ କରିବେ । ଏଥିସହ ମସଜିଦକୁ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ଟୋକନ ଦେଖାଇ ପ୍ରବେଶ କରିବା, ସାମାଜିକ ଦୂରତା ରକ୍ଷା କରିବା, ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ୬ଫୁଟ ଦୂରତାରେ ରହିବା, ଗୋଟିଏ ସ୍ଥାନରେ ସମସ୍ତ ଶ୍ରଦ୍ଧାଳୁ ଗୋଡ଼ ହାତ ନଧୋଇବା, ୫ବର୍ଷରୁ କମ ବୟସର ଶିଶୁ, ବରିଷ୍ଠ ନାଗରିକ ଏବଂ  ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କ ପ୍ରବେଶ ଉପରେ ନିଷେଧାଦେଶ ପ୍ରଦାନ କରାଯାଇଛି । ଏଥି ସହିତ ମସଜିଦ କିମ୍ବା ନମାଜସ୍ଥଳକୁ ପ୍ରବେଶ ପୂର୍ବରୁ ଓ ପ୍ରାର୍ଥନା ପରେ ହାତ ସାନିଟାଇଜ କରିବା, ଥର୍ମାଲ ସ୍କାନିଂ କରାଯିବା, ସମସ୍ତେ ମୁହଁରେ ମାସ୍କ ପରିଧାନ କରିବା ପାଇଁ ବାଧ୍ୟତା ମୂଳକ କରାଯାଇଛି ।

ତେବେ ଯେଉଁ ମସଜିଦ କିମ୍ବା ନମାଜ ସ୍ଥଳରେ ଏହିସବୁ କଟକଣା ପାଳନ କ୍ଷେତ୍ରରେ ଅବହେଳା ଦେଖିବାକୁ ମିଳିବ ତେବେ ସମ୍ପୃକ୍ତ ମସଜିଦ କମିଟି ଦାୟୀ ରହିବେ ବୋଲି ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।  ସମୂହ ନମାଜ ପାଠର ପରମ୍ପରା ରହିଛି । ତେଣୁ ନମାଜ ପାଠ ସ୍ଥଳରେ ଅତିବେଶୀରେ ୧ଶହ ଜଣ କିମ୍ବା ଯେଉଁ ପ୍ରେକ୍ଷାଳୟରେ ସମୂହ ନମାଜ ପାଠ କରାଯାଉଛି ଉକ୍ତ ପ୍ରେକ୍ଷାଳୟର କ୍ଷମତାରୁ ୫୦ ପ୍ରତିଶତ କମ ଶ୍ରଦ୍ଧାଳୁଙ୍କ ସମାଗମରେ ନମାଜ ପାଠ କରାଯିବ । ଏହାକୁ ମସଜିଦ ପରିଚାଳନା କମିଟି ତଦାରଖ କରିବେ । ଏଥିସହ ମସଜିଦକୁ ପ୍ରବେଶ ପୂର୍ବରୁ ଶ୍ରଦ୍ଧାଳୁଙ୍କୁ ଟୋକନ ଦେଖାଇ ପ୍ରବେଶ କରିବା, ସାମାଜିକ ଦୂରତା ରକ୍ଷା କରିବା, ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ୬ଫୁଟ ଦୂରତାରେ ରହିବା, ଗୋଟିଏ ସ୍ଥାନରେ ସମସ୍ତ ଶ୍ରଦ୍ଧାଳୁ ଗୋଡ଼ ହାତ ନଧୋଇବା, ୫ବର୍ଷରୁ କମ ବୟସର ଶିଶୁ, ବରିଷ୍ଠ ନାଗରିକ ଏବଂ  ରୋଗାକ୍ରାନ୍ତ ବ୍ୟକ୍ତିମାନଙ୍କ ପ୍ରବେଶ ଉପରେ ନିଷେଧାଦେଶ ପ୍ରଦାନ କରାଯାଇଛି । ଏଥି ସହିତ ମସଜିଦ କିମ୍ବା ନମାଜସ୍ଥଳକୁ ପ୍ରବେଶ ପୂର୍ବରୁ ଓ ପ୍ରାର୍ଥନା ପରେ ହାତ ସାନିଟାଇଜ କରିବା, ଥର୍ମାଲ ସ୍କାନିଂ କରାଯିବା, ସମସ୍ତେ ମୁହଁରେ ମାସ୍କ ପରିଧାନ କରିବା ପାଇଁ ବାଧ୍ୟତା ମୂଳକ କରାଯାଇଛି । ତେବେ ଯେଉଁ ମସଜିଦ କିମ୍ବା ନମାଜ ସ୍ଥଳରେ ଏହିସବୁ କଟକଣା ପାଳନ କ୍ଷେତ୍ରରେ ଅବହେଳା ଦେଖିବାକୁ ମିଳିବ ତେବେ ସମ୍ପୃକ୍ତ ମସଜିଦ କମିଟି ଦାୟୀ ରହିବେ ବୋଲି ସିଏମସି ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking