26.1 C
Bhubaneswar
Friday, March 29, 2024
Homeଓଡିଶାଅନଲାଇନ୍‌ରେ ହେବ ବୈଷୟିକ ଓ ବୃତ୍ତିଗତ ବିଭାଗର ସମସ୍ତ ପରୀକ୍ଷା

ଅନଲାଇନ୍‌ରେ ହେବ ବୈଷୟିକ ଓ ବୃତ୍ତିଗତ ବିଭାଗର ସମସ୍ତ ପରୀକ୍ଷା

ଭୁବନେଶ୍ୱର : ରାଜ୍ୟର ସମସ୍ତ ବୈଷୟିକ ଓ ବୃତ୍ତିଗତ ଶିକ୍ଷାନୁଷ୍ଠାନର ପରୀକ୍ଷା ଅନଲାଇନ୍‌ରେ ହେବ । ଏନେଇ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ପକ୍ଷରୁ ସମସ୍ତ ଶିକ୍ଷାନୁଷ୍ଠାନକ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି । ବିଭାଗ ମଧ୍ୟ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ(ବିପିୟୁଟି) ଏବଂ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ(ଭିସୁଟ୍‌)ର କୁଳପତି, ବୈଷୟିକ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ, ଏସସିଟିଇ ଏଣ୍ଡ ଭିଟିର ଉପାଧ୍ୟକ୍ଷ, ଆଇଜିଆଇଟିର ନିର୍ଦ୍ଦଶେକ ଓ ସିଇଟିର ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି । ତେବେ ରାଜ୍ୟରେ ଡିପ୍ଲୋମା ଛାତ୍ରଛାତ୍ରୀଙ୍କର ପ୍ରଥମ, ତୃତୀୟ ଓ ପଞ୍ଚମ ସେମିଷ୍ଟର୍ ପରୀକ୍ଷା ଅଫଲାଇନରେ ଚାଲୁଛି । ଯାହାକି ଏପ୍ରିଲ୍ ୨୧ ତାରିଖରେ ସରିବ । ତେଣୁ ଏହି ପରୀକ୍ଷାଗୁଡ଼ିକ ଅଫଲାଇନରେ ହେବ ବୋଲି ବିଭାଗ କହିଛି । ମାତ୍ର ଏସସିଟିଇ ଓ ଭିଟି ପକ୍ଷରୁ ସମସ୍ତ ସେମିଷ୍ଟାର୍ ଓ ମିଡ୍ ସେମିଷ୍ଟାର୍ ପରୀକ୍ଷା ଅନଲାଇନରେ ହେବ ବୋଲି ବିଭାଗ ଚିଠିରେ ଉଲ୍ଲେଖ କରିଛି । ସୂଚନାଯୋଗ୍ୟ, କରୋନାର ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଉଥିବା ବିଭାଗୀୟ ଯୁଗ୍ମ ସଚିବ ଡ. ଅଜୟ କୁମାର ନାୟକ କହିଛନ୍ତି । ବିଭାଗ କରୋନାର ଭୟାବହତାକୁ ଦେଖି ଆଗାମୀ ଦିନରେ ସେମିଷ୍ଟାର୍ ଓ ମିଡ୍ ସେମିଷ୍ଟାର୍ ପରୀକ୍ଷା ଅନଲାଇନରେ କରିବାକୁ ନିଷ୍ପତ୍ତି ନେଇଛି । ତେବେ ପରିସ୍ଥିତି ନସୁଧୁରିବା ପର୍ଯ୍ୟନ୍ତ ଅନଲାଇନ ପରୀକ୍ଷା ପଦ୍ଧତି ଆପଣାଇବା ପାଇଁ ବିଭାଗ ଦର୍ଶାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking